pakka

ଜାନୁୟାରୀ ୩୧ ଯାଏ ବଢ଼ିଲା ମାଣ୍ଡିଆ ସଂଗ୍ରହ ପଞ୍ଜିକରଣ ଅବଧି

bbehera

ଭୁବନେଶ୍ୱର : ରାଜ୍ୟରେ ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣ ସମୟସୀମାକୁ ୨୦୨୩ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଶୁକ୍ରବାର କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ରାଜ୍ୟର ୧୯ ଜିଲ୍ଲାର ଜଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି । ପୂର୍ବରୁ ଏହି ଅବଧି ୨୦୨୨ ଡିସେମ୍ବର ୩୧ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ଅଧିକ ସଂଖ୍ୟକ ମାଣ୍ଡିଆ ଚାଷୀ ନୂତନ ଭାବେ ନାମ ପଞ୍ଜିକରଣ ପାଇଁ ଆସୁଥିବା ଲକ୍ଷ୍ୟକରି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଏମ୍‌-ପାସ୍‌ ଜରିଆରେ ଅନ୍‌ଲାଇନ୍‌ ପଞ୍ଜିକରଣ ସମୟସୀମାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଅଧିକ ସଂଖ୍ୟକ ନୂତନ ମାଣ୍ଡିଆ ଚାଷୀଙ୍କୁ ପଞ୍ଜିକରଣର ସୁବିଧା ମିଳିପାରିବ ।

jay balangir
Leave A Reply

Your email address will not be published.

twelve + one =