pakka

ଐତିହାସିକ ଯୋଗିନୀ ପୀଠର ଅଳିଆ ଆବର୍ଜନା ସଫା କଲେ ନେତାଜୀ ଯୁବକ ସଂଘର କାର୍ଯ୍ୟକର୍ତ୍ତା

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ପରିସରରେ ପଡ଼ି ରହିଥିବା ଅଳିଆ ଆବର୍ଜନା ସଫା କଲେ ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତ ନରିହାପଡାରେ ଥିବା ନେତାଜୀ ଯୁବକ ସଂଘର କାର୍ଯ୍ୟକର୍ତ୍ତା । ଏହି ସ୍ଥାନକୁ ପର୍ଯ୍ୟଟକମାନେ ଭୋଜି କରିବାକୁ ଆସି ଆଳିଆ ଆବର୍ଜନାକୁ ଏଠାରେ ସେଠାରେ ପକାଇ ଦେଉଛନ୍ତି । ଫଳରେ ମନ୍ଦିରର ଚାରିପାଖରେ ଅଳିଆ ଆବର୍ଜନା ପଡି ରହିଛି । ସଂଘର ସମସ୍ତ ସଦସ୍ୟମାନେ ଏକାଠି ହୋଇ ଆଳିଆ ଆବର୍ଜନାକୁ ସଫା ସୁତୁରା କରିବା ସହ ପର୍ଯ୍ୟଟକମାନଙ୍କୁ ସଚେତନତା କରିଛନ୍ତି । ପ୍ରକୃତିର ରକ୍ଷା, ପୃଥିବୀର ରକ୍ଷା, ତା’ପରେ ଜୀବନ ସୁରକ୍ଷା ହିଁ ସଂଘର ମନ୍ତ୍ର ବୋଲି ନିଷ୍ପତ୍ତି ନେଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଉପଦେଷ୍ଟା ପରମାନନ୍ଦ ଭୋଇଙ୍କ ନେତୃତ୍ୱରେ ସଂଘର ସଭାପତି ଇନ୍ଦ୍ରମଣି ବଚ୍ଛା, ସମ୍ପାଦକ ସୁରଜ ବଚ୍ଛା, କୋଷାଧ୍ୟକ୍ଷ କିଶୋର ବନଛୋର, ଚୈତରାମ ବଚ୍ଛା, ଧନେଶ୍ୱର ବଚ୍ଛା, ତୁଲାରାମ ବନଛୋର, ଗଙ୍ଗାଧର ବଚ୍ଛା, ଅର୍ଜୁନ ହେର୍ଣ୍ଣା, ଭାବଗ୍ରାହୀ ହେର୍ଣ୍ଣା, ସାଗର ବଚ୍ଛା, ଲକ୍ଷ୍ମୀଧର ବନଛୋର, ମଗଧ ବଚ୍ଛା, ରାହୁଲ ବନଛୋର, ନନ୍ଦି ପାତ୍ର, ତପନ ବଚ୍ଛା ପ୍ରମୁଖଙ୍କ ସହ କ୍ଲବର ସମସ୍ତ ସଦସ୍ୟମାନେ ସାମିଲ ହୋଇଥିଲେ । ଆଗକୁ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି ।

Leave A Reply

Your email address will not be published.

16 − 10 =