jayashree

୬୧ତମ ଗୃହରକ୍ଷୀ ବାହିନୀ ଦିବସ ପାଳିତ : ଗଞ୍ଜାମ ପୋଲିସ ଜିଲ୍ଲାରେ ୫୩ଜଣ ପୋଲିସ ସମ୍ବର୍ଦ୍ଧିତ ହେଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟ ଛତ୍ରପୁର ପୋଲିସ ପରେଡ଼ ପଡ଼ିଆରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଯୋଗଦେଇ ୬୧ତମ ଗୃହରକ୍ଷୀ ବାହିନୀ ଦିବସ ଅବସରରେ ଅନୁଷ୍ଠିତ ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ପ୍ରବଳ କୋହଲା ପାଗ, ଥଣ୍ଡା ପବନ, ଝଡ଼ି ବର୍ଷା ସତ୍ତ୍ୱେ ପାଳିତ ହେଲା ୬୧ତମ ଗୃହରକ୍ଷୀ ବାହିନୀ ଦିବସ । ହୋମଗାର୍ଡ ପରେଡ଼ କମାଣ୍ଡୋର ଏସ୍. ପର୍ଶୁରାମ ରେଡ୍ଡୀ ପରେଡ଼ ପରିଚାଳନା କରିଥିବା ବେଳେ ଆସିଷ୍ଟାଣ୍ଟ କୋମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆନୁଷ୍ଠାନିକ ପରେଡ଼ ସମାପ୍ତି ପରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲ୍ଲାର ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ ନିୟୋଜିତ କାର୍ଯ୍ୟ-ନିଷ୍ଠାପରତା ଏବଂ ଦକ୍ଷତା ପ୍ରତିପାଦନ କରିଥିବା ୫୩ଜଣ ଗୃହରକ୍ଷୀଙ୍କୁ ଗଞ୍ଜାମ ଏସ୍‌ପି ଶ୍ରୀ ମୀନା ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ । ଦକ୍ଷତା ଭିତ୍ତିରେ ଅନ୍ୟୁନ ଆଠଜଣ ଗୃହରକ୍ଷୀଙ୍କୁ ମାନପତ୍ର ସହ ୫ଶହ ଟଙ୍କା ବୃତ୍ତିନାମା ପ୍ରଦାନ କରାଯାଇ ଏସ୍‌ପି ସାହେବ ସମସ୍ତ ଗୃହରକ୍ଷୀ ବାହିନୀଙ୍କୁ ପ୍ରଶଂସାର ବାଣୀ ଓ ବାର୍ତ୍ତା ଦେଇ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଂଗ୍ରାମ କେଶରୀ ବେହେରା, ରଞ୍ଜିତ କୁମାର ପୃଷ୍ଟି ପ୍ରମୁଖ ବହୁ ପୋଲିସ ଅଧିକାରୀଗଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.