ଜଳବାୟୁ ପାଣ୍ଠି ଯୋଗାଣ ରୂପାନ୍ତର ଉପରେ କପ୍ ୨୮ ଅଧ୍ୟକ୍ଷତା ଅଧିବେଶନରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ରେ ୟୁଏଇର ଦୁବାଇଠାରେ “ଜଳବାୟୁ ପାଣ୍ଠି ଯୋଗାଣ ରୂପାନ୍ତର” ଉପରେ କପ୍ ୨୮ ଅଧ୍ୟକ୍ଷତା ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି । ବିକାଶଶୀଳ ଦେଶମାନଙ୍କ ପାଇଁ ଜଳବାୟୁ ପାଣ୍ଠି ଯୋଗାଣକୁ ଅଧିକ ଉପଲବ୍ଧ ଗ୍ରହଣୀୟ ଏବଂ ସୁଲଭ କରିବା ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅଧିବେଶନ ଅବସରରେ ନେତାମାନେ “ଏକ ନୂତନ ବିଶ୍ୱ ଜଳବାୟୁ ପାଣ୍ଠି ଯୋଗାଣ ଢାଞ୍ଚା ଉପରେ ୟୁଏଇ ଘୋଷଣାନାମା” ଗ୍ରହଣ କରିଥିଲେ । ଏହି ଘୋଷଣାନାମାରେ ଅନ୍ୟାନ୍ୟ ବିଷୟ ସହିତ ଜଳବାୟୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ପୂରଣ କରିବା ଓ ମହତ୍ୱାକାଂକ୍ଷୀ ପରିଣାମ ହାସଲ କରିବା ତଥା ରିହାତିଯୋଗ୍ୟ ପାଣ୍ଠି ଯୋଗାଣର ଉତ୍ସକୁ ବଢ଼ାଇବା ଆଦି ବିଷୟକୁ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଗ୍ଲୋବାଲ୍‌ ସାଉଥ୍‌କୁ ନେଇ ଚିନ୍ତା ପ୍ରକଟ କରିଥିଲେ ଏବଂ ବିକାଶଶୀଳ ଦେଶମାନଙ୍କୁ ସେମାନଙ୍କର ଜଳବାୟୁ ଅଭିଳାଷ ହାସଲ କରିବା ଓ ସେମାନଙ୍କର ଏନ୍‌ଡିସି ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟକାରୀ କରିବାର ଉପାୟ ବିଶେଷକରି ଜଳବାୟୁ ପାଣ୍ଠି ଉପଲବ୍ଧ କରାଇବାର ତ୍ୱରିତ ଆବଶ୍ୟକତା ଦୋହରାଇଥିଲେ । କ୍ଷତି ଓ କ୍ଷୟକ୍ଷତି ପାଣ୍ଠି କାର୍ଯ୍ୟକ୍ଷମ କରିବା ଏବଂ କପ୍‌ ୨୮ରେ ୟୁଏଇ ଜଳବାୟୁ ନିବେଶ ପାଣ୍ଠି ପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଜଳବାୟୁ ପାଣ୍ଠି ଯୋଗାଣ ସମ୍ବନ୍ଧୀୟ ନିମ୍ନଲିଖିତ ପ୍ରସଙ୍ଗଗୁଡ଼ିକୁ ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ କପ୍‌୨୮କୁ ଆହ୍ୱାନ ଦେଇଥିଲେ ।
• ଜଳବାୟୁ ପାଣ୍ଠି ଯୋଗାଣ ଉପରେ ପରିମାଣ ଆଧାରିତ ଲକ୍ଷ୍ୟ
• ସବୁଜ ଜଳବାୟୁ ପାଣ୍ଠି ଏବଂ ଅନୁକୂଳନ ପାଣ୍ଠିର ପୁନରୁଦ୍ଧାର
• ଜଳବାୟୁ କାର୍ଯ୍ୟ ପାଇଁ ଏମ୍‌ଡିବି ଦ୍ୱାରା ସୁଲଭ ଅର୍ଥ ଉପଲବ୍ଧ ହେବ
• ବିକଶିତ ଦେଶଗୁଡ଼ିକ ୨୦୫୦ ପୂର୍ବରୁ ସେମାନଙ୍କର କାର୍ବନ୍‌ ଫୁଟ୍‌ପ୍ରିଣ୍ଟ୍‌କୁ ହଟାଇବା ଜରୁରୀ

Leave A Reply

Your email address will not be published.