pakka

ହାତୀସରାରେ ୧୫ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

bbehera
  • ମୁଖ୍ୟ ଆକର୍ଷଣ ୨ୟ ବାର୍ଷିକ ଲୋକକଳା ମହୋତ୍ସବ ୨୨ରୁ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ହରିଜନ ଆଦିବାସୀ ଯୁବକ ସଂଗଠନ (ହାୟୋ) ପକ୍ଷରୁ ୧୫ତମ ଦୁର୍ଗାପୂଜା ପାଇଁ ଚୁଡ଼ାନ୍ତ ଶେଷ ହୋଇଯାଇଛି । ଏହି ଅବସରରେ ଆସନ୍ତା ରବିବାର ଦିନରୁ ବୁଧବାର ପର୍ଯ୍ୟନ୍ତ ୩ଦିନ ଧରି ବଲାଙ୍ଗୀର ଜିଳ୍ଲାର କଳା, ସଂସ୍କୃତି, ପରଂପରା, ଐତିହ୍ୟର ପୁନଃରୁଦ୍ଧାର ତଥା ପ୍ରଚାର, ପ୍ରସାର ଏବଂ ଯୁବ ଗୋଷ୍ଠିଙ୍କୁ ଉତ୍ସାହିତ କରିବା ପାଇଁ ହାତୀସରା ଲୋକକଳା ମହୋତ୍ସବ କମିଟି ଓ ହରିଜନ, ଆଦିବାସୀ ଯୁବକ ସଂଗଠନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ଏହି ମହୋତ୍ସବର ସୁପରିଚାଳନା ପାଇଁ ଲୋକକଳା ମହୋତ୍ସବ କମିଟିର ସଭାପତି ଭାବେ ବିରେନ୍ଦ୍ର ସୁନାଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ସନ୍ତୋଷ ସୂନା, ସଂପାଦକ ଭାବେ ଧରଣୀ ବାରିକ, ସହ ସଂପାଦକ ସୁଦାମ ନାଗ ଓ କୋଷାଧ୍ୟକ୍ଷ ବିଘ୍ନରାଜ କୁଅଁରଙ୍କୁ ଚୟନ କରାଯାଇଛି। ସେହିପରି ‘ହାୟୋ’ର ସଭାପତି ସୁଶାନ୍ତ ହରପାଲ, ସଂପାଦକ ଜଗଦିଶ ନନ୍ଦ, କୋଷାଧ୍ୟକ୍ଷ ପିତାମ୍ବର ନାଗ ଓ ସଭ୍ୟ ହେମନ୍ତ ସୁନା ଓ ହାଡ଼ିବନ୍ଧୁ ନାଗ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

two + twelve =