csstore

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ : ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କ ଅନ୍ତର୍ନିହିତ କଳା ଓ ପ୍ରତିଭାର ବିକାଶ ପାଇଁ ଏକ ପ୍ରୟାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ବଲାଙ୍ଗିରର ଆୟୋଜନ କ୍ରମେ ସରକାରୀ ଶିଳ୍ପ ଅନୁଷ୍ଠାନ, ବଲାଙ୍ଗିର ଠାରେ ମହକ ଓ ଉତ୍ସାହ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବେ ଶିଳ୍ପ ଅନୁଷ୍ଠାନର ଅଧ୍ୟକ୍ଷ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଶିଶୁମାନଙ୍କର ଅନ୍ତର୍ନିହିତ ଗୁଣକୁ ପ୍ରସ୍ଫୁଟିତ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଯଥା ୧୦୦ ଏବଂ ୨୦୦ ମିଟର ଦୌଡ, ଲମ୍ବଡିଆଁ, ସଙ୍ଗୀତ, ଗୃପ୍‌ ଡ୍ୟାନ୍ସ, କୁଇଜ, ବକୃତା, ନୃତ୍ୟ, କେରମ୍ ଚେସ ଅହେି ଖେଳ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟ୍‌ର ଆଇନ ପର୍ଯ୍ୟବେକ୍ଷକ ଦିଗାମ୍ବର କର ପରିଚାଳନା କରିଥିବା ବେଳେ ୟୁନିଟ୍‌ର ସୁଧାଂଶୁ ଶେଖର କୁମ୍ଭାର, ଗଣେଶ କୁମ୍ଭାର, ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଓ ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପାର୍ବତୀଗିରି ବାଲ୍ ନିକେତନ, ଆଦୃତ ଶିଶୁ ଗୃହ, ପଥରଚେପା, ସପ୍ତର୍ଷି ସେବାଶ୍ରମ, ଦେଓଗାଁ, ଉତ୍କଳ ବାଲାଶ୍ରମ, କଣ୍ଟାବାଞ୍ଜି ଓ ଗ୍ରାମ ମଙ୍ଗଳ ପାଠାଗାର, ସଲେପାଲିର ଶିଶୁ ଗୃହରୁ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଉଦ୍‌ଯାପନୀ ଉତ୍ସବରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷା, ଗନ୍ଧମାର୍ଦ୍ଦନ ଶିଳ୍ପ ଅନୁଷ୍ଠାନର ଅଧ୍ୟକ୍ଷା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଲମ୍ବୋଦର ଦୀପ, ପୂର୍ବତନ ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ ନନ୍ଦିକିଶୋରେ ଷାଣ୍ଢ, ଡକ୍ଟର ଗୋଦାବରୀଶ ରଥ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶିଶୁ ଯତ୍ନ ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.