pakka

ସ୍କ୍ରବ ଟାଇପସ ରୋଗୀଙ୍କୁ ରକ୍ତଦାନ କଲେ ଯୁବ କୁଲୁତା ସମାଜର ସଦସ୍ୟ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିରରେ ସ୍କ୍ରବ ଟାଇପସ ଓ ଡେଙ୍ଗୁ ଭଳିଆ ରୋଗରେ ଲୋକେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ପରିବେଶ ଦୂଷିତ ହେବା ଦ୍ୱାରା ଏଭଳି ରୋଗ ହେଉଥିବା ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି । ଦେଓଗାଁ ବ୍ଲକ ସମରା ଗ୍ରାମର ସଂଜୟ ପ୍ରଧାନ ସ୍କ୍ରବ ଟାଇପସ ଓ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ବଲାଙ୍ଗିରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ପ୍ଲାଟଲେଟ ପରିମାଣ କମିଯାଇଥିବାରୁ ଡାକ୍ତର ରକ୍ତ ଦେବା ପାଇଁ କହିଥିଲେ । ରକ୍ତ ପାଇଁ ତାଙ୍କ ସମ୍ପର୍କୀୟ ଭାଇ ଝସ କୁମାର ପ୍ରଧାନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ସହଯୋଗ ମାଗିଥିଲେ । ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଖପ୍ରାଖୋଲ ବ୍ଲକ ଉପ-ସଭାପତି ଉମେଶ କୁମାର ପ୍ରଧାନ ଆସି ରକ୍ତଦାନ କରିଥିଲେ । ଯୁବ କୁଲୁତା ସମାଜର ଏଭଳି ମହତ କାମ ପାଇଁ କାନୁଟ ଜୋନ ଆଂଚଳିକ କେନ୍ଦ୍ର ସଭାପତି ବାବୁଲାଲ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଛନ୍ତି ଓ ମା’ ରାମଚଣ୍ଡିଠାରେ ଯୁବ ସଂଗଠନର ଉତ୍ତରୋତ୍ତର କାମନା କରିଛନ୍ତି ।

jay balangir
Leave A Reply

Your email address will not be published.

5 × one =

error: Content is protected !!