pakka

ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଖେଦା ପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏକ ଅତ୍ୟାଧୁନିକ ୧୦୮ର ଆମ୍ବୁଲାନ୍ସକୁ ରାଜ୍ୟସଭା ସଭ୍ୟ ପ୍ରସନ୍ନ ଆଚାର୍ୟ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସାପ୍ସସଦ ପାଣ୍ଠିରୁ ପ୍ରଦତ୍ତ ଏହି ଆମ୍ବୁଲାନ୍ସରେ ୨ଟି ଅକ୍ସିଜେନ, ଇସିଜି ମେସିନ ସହ ଜଣେ ଫାର୍ମାସିଷ୍ଟ, ଜଣେ ଟେକ୍ନିସିଏନ ଏବଂ ଜଣେ ଆଟେଡେଣ୍ଟ ରହିବେ । ଏହାର ସମସ୍ତ ଖର୍ଚ୍ଚ ସାପ୍ସସଦ ପାଣ୍ଠିରୁ ବହନ କରାଯିବାକୁ ଥିବାବେଳେ ଏହାକୁ ୧୦୮ ସେବା ଦ୍ୱାରା ପରିଚାଳନା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଅବସରରେ ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟ, ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।

jay balangir
Leave A Reply

Your email address will not be published.

two + 13 =