ସାଥୀ ସନ୍ଧାନରେ ବାଘ ୩୦୦୦ କିଲୋମିଟର ଯାତ୍ରା କଲା

ନୂଆଦି‌ଲ୍ଲୀ : ‘ୱାକର୍’ ଏପର୍ୟ୍ୟନ୍ତ ଭାରତରେ ରେକର୍ଡ ହୋଇଥିବା ‘ଟାଇଗର ଦ୍ୱାରା ଦୀର୍ଘତମ ପଦଯାତ୍ରା’ ସମାପ୍ତ କରିଛି । ବର୍ତ୍ତମାନ ଏହି ବାଘ ମହାରାଷ୍ଟ୍ରର ଜ୍ଞାନଗଙ୍ଗା ଅଭୟାରଣ୍ୟକୁ ନିଜ ଘର କରିପାରିଛି । ତେବେ ୱାକରକୁ ବନ୍ୟଜନ୍ତୁ ଅଧିକାରୀମାନେ ଏହି ନାମ ଦେଇଛନ୍ତି ।

ଏହି ସାଢେ଼ ତିନି ବର୍ଷ ବୟସ୍କ ପୁରୁଷ ବାଘ ଗତ ବର୍ଷ ଜୁନ୍ ମାସରେ ମହାରାଷ୍ଟ୍ରର ଏକ ବନ୍ୟଜନ୍ତୁ ଅଭୟାରଣ୍ୟରେ ନିଜ ଘର ଛାଡିଥିଲା । ସେ ବୋଧହୁଏ ଶିକାର ଖୋଜୁଥିଲା ନିଜ ପାଇଁ କିମ୍ବା ସାଥୀଟିଏ ପାଇଁ ଏକ ଭିନ୍ନ ସ୍ଥାନ ଖୋଜୁଥିଲେ ।

ରେଡିଓ କଲର ସହିତ ସଜ୍ଜିତ ଏହି ବାଘ ମହାରାଷ୍ଟ୍ର ଏବଂ ତେଲେଙ୍ଗାନାର ସାତୋଟି ଜିଲ୍ଲା ଦେଇ ୩୦୦୦ କିଲୋମିଟର ଯାତ୍ରା କରିଥିଲା ଏବଂ ବର୍ତ୍ତମାନ ସେ ଗୋଟିଏ ସ୍ଥାନରେ ବସବାସ କରୁଥିବା କୁହାଯାଇଛି । ଯେଉଁ ରେଡ଼ିଓ କଲର୍ ସହିତ ତାକୁ ଟ୍ରାକ କରାଯାଇଥିଲା ତାହା ଏପ୍ରିଲରେ ହଟାଇ ଦିଆଯାଇଥିଲା ।

ଜ୍ଞାନଗଙ୍ଗା ଅଭୟାରଣ୍ୟ, ୨୦୫ ବର୍ଗ କିଲୋମିଟର ଉପରେ ବ୍ୟାପିଛି । ଚିତାବାଘ, ନୀଳଗାଇ, ବଣୁଆ ଘୁଷୁରୀ, ମୟୂର ଏବଂ ହରିଣ ଆଦି ପ୍ରାଣୀ ଏଠାରେ ପ୍ରଚୂର ପରିମାଣରେ ଦେଖା ଦିଅ‌ନ୍ତି ।

ତେବେ ବନ୍ୟପ୍ରାଣୀ ଅଧିକାରୀ କହିଛନ୍ତି ଯେ ଏତେ ଚାଲୁଥିବା ଏକମାତ୍ର ଟାଇଗର ହେଉଛି ୱାକର ।

ମହାରାଷ୍ଟ୍ରର ବରିଷ୍ଠ ଅଧିକାରୀ ନିତିନ କାକୋଡକର ବିସିସିଆଇକୁ କହିଛନ୍ତି ଯେ ବର୍ତ୍ତମାନ ସେ ‘ଅଞ୍ଚଳ’ (ସୀମା) ପାଇଁ ଚିନ୍ତିତ ନୁହଁନ୍ତି ଏବଂ ଏଠାରେ ବାଘ ପାଇଁ ଶିକାର କରିବାର ଯଥେଷ୍ଟ ସୁଯୋଗ ରହିଛି । ତେବେ ସାଥୀଟିଏ ଖୋଜିବାରେ ବ୍ୟ‌ସ୍ତ ଏହି ୱାକର ୩୦୦୦ କିଲୋମିଟର ଯାତ୍ରାକୁ ବି ସହଜ ମଣିଥିବା କୁହାଯାଇଛି ।

Leave A Reply

Your email address will not be published.