ଓରମାସ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ରେ ଲେମନ ଗ୍ରାସ ପ୍ରସେସିଂପ୍ଲାଣ୍ଟର ଜିଲ୍ଲାପାଳ କଲେ ଶୁଭାରମ୍ଭ

ମହାତ୍ମାଗାନ୍ଧୀ ମନରେଗା ଅଧୀନରେ ଜିଲ୍ଲାର ସମସ୍ତ ବ୍ଲକରେ ‘ଲେମନ ଗ୍ରାସ’ ଚାଷ କରିବାକୁ ଲକ୍ଷ୍ୟ
ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ଜିଲ୍ଲା, ସୋନପୁର ବ୍ଲକ ଲକର୍ମା ଗ୍ରାମରେ ଓରମାସ ସୁବର୍ଣ୍ଣପୁର, ସହାୟତାରେ ଲେମନ ଗ୍ରାସ ବା ଧନ୍ୱନ୍ତରୀ ଘାସ ଚାଷର ପ୍ରସେସିଂ ପ୍ଲାଣ୍ଟର ଶୁଭାରମ୍ଭ ହୋଇଛି। ଏହାକୁ ଜିଲ୍ଲାପାଳ ଶ୍ରୀମତୀ ମୋନିଷକ୍ଷ ବାନାର୍ଜୀ ଶୁଭାରମ୍ଭ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ପ୍ରକଳ୍ପ ନିଦେ୍‌ଦ୍ଦଶକ ଡି. ଆର. ଡି. ଏ, ଡୋଲକ୍ଷମଣି ପଟେଲ, ଗୋଷ୍ଠୀ ଉନୟନ ଅଧିକାରୀ ଶଶୀଭୂଷଣ ପଧାନ, ଡେପୁଟି ସି ଇ ଓ -ଓରମାସ ଯୁବରାଜ ସାହୁ, ବ୍ଲକ ଅଧକ୍ଷ୍ୟା ସୋନପୁର ମନ୍ଦାକିନୀ ନାଗ, ,ପି ଡି ୱାଟରସେଡ ରମେଶ ଚନ୍ଦ୍ର ଦେହୁରୀ, ଏ ପି ଡି ଶୈଳବାଳା ପଟ୍ଟନାୟକ, ସରପଞ୍ଚ ହରଡ଼ ଖୋଲ, ତୃପ୍ତି କୁଅଁର ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଜିଲ୍ଲାରେ ପ୍ରାରମ୍ଭିକ ପର୍ୟ୍ୟାୟରେ ସୋନପୁର ବ୍ଲକରେ ୫୦ ହେକ୍ଟର ଜମିରେ ଓ ବୀରମହାରାଜପୁର ବ୍ଲକରେ ପ୍ରାୟ ୬୦ ହେକ୍ଟର ଜମିରେ ଲେମନ ଗ୍ରାସ ଚାଷ ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଚାଷୀମାନଙ୍କୁ ଏହି କାମ ପାଇଁ କର୍ମ ନିଯୁକ୍ତି ଜିଲ୍ଲା ୱାଟର ସେଡ ବିଭାଗ ତରଫରୁ ଯୋଗାଇ ଦିଆଯକ୍ଷଇଛି ।

‘‘ଲେମନ ଗ୍ରାସ ହେଉଛି ଏକ ଲାଭଜନକ ଚାଷ । ଏହି ଚାଷ ମାଧ୍ୟମରେ ଚାଷୀମାନେ ସେମାନଙ୍କ ଜୀବିକା ନିର୍ବାହ କରିବା ସହ ସ୍ୱାବଲମ୍ବୀ ହୋଇପାରିବେ । ଆଗାମୀ ଦିନରେ ଜିଲ୍ଲାର ସବୁ ବ୍ଲକରେ ଲେମନ ଗ୍ରାସ ଚାଷ କରାଯିବ’’, ଏହି ଅବସରରେ କହିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ।

‘ଲେମନ ଗ୍ରାସ’ ଓଡ଼ିଶାରେ ଧନ୍ୱନ୍ତରୀ ପତ୍ର ନାଁରେ ପରିଚିତ । ଏହି ଚାଷରୁ ବର୍ଷକୁ ତିନି ଥର ଅମଳ କରାଯାଇଥାଏ । ଔଷଧ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ଲେମନ ଗ୍ରାସ ତେଲର ଚାହିଦା ରହିଛି । ବଜାରରେ ଏହି ତେଲ ଲିଟର ପିଛା ୧୦୦୦ ଟଙ୍କାରେ ବିକ୍ରି ହେଉଥିବା ସୂଚନା ଦିଆଯାଇଛି । ଜିଲ୍ଲାରେ ଲେମନ ଗ୍ରାସ ଚାଷ ପରିଚାଳନା ପାଇଁ ସହଯୋଗୀ ସଂସ୍ଥାକୁ ନିଯୁକ୍ତି ଦିଆଯାଇଛି । ମା ଗ୍ରାମପତି ପ୍ରଡୁସର ଗ୍ରୁପ ଲକର୍ମା ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଲେମନ ଗ୍ରାସରୁ ତେଲ ବାହାର କରିବା ପାଇଁ ଏକ ପ୍ରକ୍ରିୟାକରଣ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.