oom

ଜୁଆ ଆଡ୍ଡା ଉପରେ ଚଢ଼ାଉ : ୫ ଗିରଫ, ୪ ବାଇକ ଓ ୨୩ ହଜାରରୁ ଅଧିକ ଟଙ୍କା ଜବତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା କୋକନରା ଖେଳ ପଡିଆରେ ଚାଲିଥିବା ଜୁଆଖେଳ ସମୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପାଇକମାଲରେ କାର୍ଯ୍ୟରତ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ସଦଳବଳେ ଅତର୍କିତ ଚଢ଼ାଉ କରି ଜୁଆଡ଼ିମାନଙ୍କୁ କାବୁ କରିବା ସହ ଚାରୋଟି ବାଇକ୍ ସମେତ ନଗଦ ଆକାରରେ ୨୩,୨୫୦ ଟଙ୍କା, ମୋବାଇଲ ୬ ଗୋଟି ଓ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇ ପାରିଛନ୍ତି କ୍ଷ ପୋଲିସ ଗିରଫ କରି ଥିବା ପାଞ୍ଚ ଜଣ ହେଲେ ଜିତୁ ପ୍ରଧାନ, ଡୋଲାମଣୀ ସେଠ, ଜୟନ୍ତ ସ୍ୱାଇଁ, ପ୍ରଫୁଲ୍ଲ ଚାନ୍ଦ, ଅପିନ ଚାନ୍ଦ ପ୍ରମୁଖ । ଏ ଭଳି ଅତର୍କିତ ଚଢ଼ାଉ ଟିମ୍‌ରେ ଆଇଆଇସି ବିଶ୍ୱଜିତ ମନବୋଧଙ୍କ ସହ ଏସଆଇ ଥବିର ସାହୁ, ଦେବାର୍ଚ୍ଚନ ବରିହା, ନିତ୍ୟାନନ୍ଦ ଭୋଇ, ସତ୍ୟନାରାୟଣ ହରିପାଲ ଏବଂ ନିରଂଜନ ପୁରୋହିତ ସାମିଲ ଥିଲେ ।

jittmm
Leave A Reply

Your email address will not be published.