pakka

ଚୀନ୍‌କୁ ଅଟକାଇବାର କ୍ଷମତା କେବଳ ଭାରତ ପାଖରେ ଅଛି : ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ କହିଲେ – ଯଦି ଭାରତର ଶକ୍ତି ବୃଦ୍ଧି ପାଏ ତେବେ ଭାରତ-ପ୍ରଶାନ୍ତ ମହାସାଗରରେ ସ୍ଥିରତା ଆସିବ

bbehera

ସିଙ୍ଗାପୁର : ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲାୟଡ ଆଷ୍ଟିନ କହିଛନ୍ତି ଯେ, ଯଦି ଏସିଆର କୌଣସି ଦେଶର ଚୀନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାର କ୍ଷମତା ଥାଏ, ତେବେ ତାହା ଭାରତ ହିଁ ଏକମାତ୍ର ଦେଶ । ଚୀନ୍‌କୁ ଅଟକାଇ ପାରିବ କେବଳ ଭାରତ । ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଆମେରିକାକୁ ଧମକ ଦେଇଛନ୍ତି ଓ ଚୀନ୍ ମଧ୍ୟ ତାଇୱାନ ପାଇଁ ଯୁଦ୍ଧରେ ପ୍ରବେଶ କରିବାକୁ ପ୍ରସ୍ତୁତ । ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲାୟଡ ଆଷ୍ଟିନ ଶୁକ୍ରବାର ଦିନ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ପ୍ରତିଷ୍ଠା କରିବାରେ ଭାରତ ଏବଂ ଅନ୍ୟ ସହଯୋଗୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି, ଯାହାକୁ ସେ ୱାଶିଂଟନ ପାଇଁ ଏକ ପ୍ରାଥମିକ ଥିଏଟର ଭାବରେ ବର୍ଣ୍ଣନା କରିଛନ୍ତି । ସିଙ୍ଗାପୁରର ଶ୍ୟାଙ୍ଗ୍ରି-ଲା ସଂଳାପରେ ଯୋଗ ଦେଇ ସେ କହିଛନ୍ତି ଯେ, ଏକ ମୁକ୍ତ ତଥା ଖୋଲା ଇଣ୍ଡୋ-ପାସିଫିକ୍ ପ୍ରତି ଆମେରିକାର ପ୍ରତିବଦ୍ଧତା ଆମେରିକାର ଜାତୀୟ ସୁରକ୍ଷା ରଣନୀତିର ମୂଳ ସ୍ଥାନ ଅଟେ ଏବଂ ଆଞ୍ଚଳିକ ରାଷ୍ଟ୍ରମାନେ ଆମେରିକା ସହ ସହଭାଗିତା ସ୍ଥାପନ କରିଛନ୍ତି । ଶାନ୍ତି ହେଉଛି ଜଗତର ମୂଳ । ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ‘ଆମେ ଅନ୍ୟ ଅଂଶୀଦାରମାନଙ୍କ ସହ ମଧ୍ୟ ଘନିଷ୍ଠ ସମ୍ପର୍କ ସ୍ଥାପନ କରୁଛୁ ଏବଂ ମୁଁ ବିଶେଷ ଭାବେ ଭାରତ ବିଷୟରେ ଚିନ୍ତା କରୁଛି, ଯାହାକି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ଦେଶ । ଆମେ ବିଶ୍ୱାସ କରୁଛୁ ଯେ ଭାରତର ବଢ଼ୁଥିବା ସାମରିକ ଦକ୍ଷତା ଏବଂ ବୈଷୟିକ ସ୍ଥିତି ଭାରତ-ପ୍ରଶାନ୍ତ ମହାସାଗରରେ ସ୍ଥିରତା ଆଣିପାରେ ।

Leave A Reply

Your email address will not be published.

7 + five =