pakka

ଚାରା ଘୋଟାଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ, ୬୦ ଲକ୍ଷ ଜୋରିମାନା : ସିବିଆଇର ସ୍ୱତନ୍ତ୍ର କୋର୍ଟ ରାୟ ଦେଲେ

l2

ରାଂଚି : ଚାରା ଘୋଟାଲାରେ ପଂଚମ ମାମଲାରେ ସ୍ୱତନ୍ତ୍ର ସିବିଆଇ ଅଦାଲତର ନିଷ୍ପତ୍ତି ସାମ୍ନାକୁ ଆସିଛି । ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ବ୍ୟତୀତ ତାଙ୍କୁ ୬୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଦେବାକୁ ପଡିବ । ଏହାପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କୁ ଚାରିଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ସେ ବର୍ତ୍ତମାନ ଜାମିନରେ ଅଛନ୍ତି । ଏଭଳି ପରିସ୍ଥିତିରେ ପଞ୍ଚମ ମାମଲାର ନିଷ୍ପତ୍ତି ଲାଲୁଙ୍କ ଅସୁବିଧାକୁ ପୁଣି ଥରେ ବଢ଼ାଇ ଦେଇଛି ।

ଏହି ମାମଲା ପ୍ରଥମେ ୧୯୯୬ରେ ପଞ୍ଜୀକୃତ ହୋଇଥିଲା । ୪ଟି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି । ୧୯୯୦ରୁ ୧୯୯୨ ମଧ୍ୟରେ ୧୩୯.୩୫ କୋଟି ଟଙ୍କା ପ୍ରତ୍ୟାହାର କରାଯାଇଥିଲା । ଏଥିରେ ଅନେକ ସରକାରୀ ସାକ୍ଷୀ ମଧ୍ୟ ରହିଛନ୍ତି । ୨୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଲାଲୁଙ୍କ ସମେତ ୯୯ ଜଣ ଅଭିଯୁକ୍ତଙ୍କୁ ଶାରୀରିକ ଭାବେ କୋର୍ଟରେ ହାଜର ହେବାକୁ ସିବିଆଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ଦଶ ଜଣ ମହିଳା ମଧ୍ୟ ଅଛନ୍ତି ।

ପ୍ରାରମ୍ଭରେ ଡୋରଣ୍ଡା ଟ୍ରେଜେରୀରୁ ବେଆଇନ ପ୍ରତ୍ୟାହାର ମାମଲାରେ ମୋଟ ୧୭୦ ଅଭିଯୁକ୍ତ ଥିଲେ, ଯେଉଁଥିରୁ ୫୫ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ୯୯ ଜଣ ଲୋକ ଏହି ତଦଂତରେ ଜଡିତ ଅଛନ୍ତି । ସେଥିମଧ୍ୟରୁ ୨୪ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ପ୍ରମାଣ ଏବଂ ସାକ୍ଷୀ ଅଭାବରୁ ସେମାନେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ନିର୍ଦ୍ଦୋଷରେ ଖଲାସ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୀନନାଥ ସହାୟ, ଏନୁଲ ହକ, ରାଜେନ୍ଦ୍ର ପାଣ୍ଡେ, ସାକେତ ରହିଛନ୍ତି ।

pp
Leave A Reply

Your email address will not be published.

eleven + 14 =