oom

ଗୁଡ଼ ସମାରୀଟନ ଆୱାର୍ଡ଼ ପାଇବେ ଯୁବ ସାମ୍ବାଦିକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଛକଠାରେ ଗତକାଲି ସକାଳ ୯ଟା ସମୟରେ ବାଇକ ଓ ଲୁନା ମୁହାଁମୁହିଁ ହୋଇ ଧକ୍କା ହୋଇଥିଲା । ଠିକ୍‌ ସେ ସମୟରେ ପଦ୍ମପୁର ଅଞ୍ଚଳର ଜଣାଶୁଣା ସ୍ୱେଚ୍ଛାସେବୀ ତଥା ବଡ଼ ଖବର ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ ବିଜେପୁର ଅଞ୍ଚଳରେ ହେଉଥିବା ତୃତୀୟ ପର୍ୟ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା ଦେଖି ଅଟକି ଥିଲେ । ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ଦେଖି ପଦ୍ମପୁର ଏସଡ଼ିପିଓ ଓ ଆମ୍ବୁଲାନ୍ସଙ୍କୁ ଯୋଗାଯୋଗ କରିଥିଲେ । ଠିକ୍‌ କିଛି ସମୟ ପରେ ମେଳଛାମୁଣ୍ଡା ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଥିଲା, ସାମ୍ବାଦିକ ଡିଲେଶ୍ୱର ବାଗ ଆମ୍ବୁଲାନ୍ସରେ ବସି ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିଥିବା ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ । ଡାକ୍ତର ଲୁନା ଚାଳକ ଜୟଲାଲ ପଟେଲଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଦୁଇ ଜଣ ଗୁରୁତର ଥିଲେ । ଏହି ଖବରକୁ ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ ସାହାଯ୍ୟ କରିଥିବା ଫୋଟୋକୁ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ତାଙ୍କ ଆକାଉଣ୍ଟକୁ ଦେଖି ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥୋରୀଟି ଓଡିଶା ଯୁବ ସାମ୍ବାଦିକଙ୍କୁ ପ୍ରଶଂସା କରିବା ସହ ବରଗଡ ଆରଟିଓଙ୍କୁ ଗୁଡ଼ ସମାରୀଟନ ଆୱାର୍ଡ଼ ଦେବା ପାଇଁ ଅନୁରୋଧ କରିଛନ୍ତି । ଖବର ଜାଣିବା ପରେ ଅଂଚଳରେ ଯୁବ ସାମ୍ବାଦିକଙ୍କୁ ବେଶ ପ୍ରଶଂସା ମିଳୁଛି ।

jittmm
Leave A Reply

Your email address will not be published.