ଦେଶରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : ଚୀନ୍ ସମେତ ବିଶ୍ୱର ଅନେକ ଦେଶରେ କରୋନାର ତୀବ୍ର ସଂକ୍ରମଣ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକ ପରେ ଶ୍ରୀ ମାଣ୍ଡଭିଆ କହିଛନ୍ତି ଯେ, କରୋନା ଏପର୍ଯ୍ୟନ୍ତ ଦେଶ ଛାଡି ନାହିିଁ । ଆମେ ବିଶେଷ ସଜାଗ ରହିବା ଆବଶ୍ୟକ । ସେ ଟୁଇଟ୍ କରି ଏସବୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ସତର୍କ ରହିବାକୁ ଏବଂ ତଦାରଖକୁ ଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛି । ଆମେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ।

କୋଭିଡ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ଏନ୍‌ଆଇଟି ଆୟୋଗଙ୍କ ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ବି.କେ. ପାଲ କହିଛନ୍ତି ଯେ, ଯଦି ଆପଣ ଜନଗହଳି ପୂର୍ଣ୍ଣ ସ୍ଥାନରେ ଘର ଭିତରେ କିମ୍ବା ବାହାରେ ଅଛନ୍ତି, ତେବେ ମାସ୍କ ବ୍ୟବହାର କରନ୍ତୁ । କୋମର୍ବିଡିଟିସ୍ ଥିବା କିମ୍ବା ବୟସ୍କଙ୍କ ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ, କରୋନାକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, ଟେଷ୍ଟ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ବୃଦ୍ଧ ଅଟନ୍ତି, ସେମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ସେ କହିଛନ୍ତି ଯେ, କରୋନା ପଜିଟିଭ ରୋଗୀଙ୍କ ଜେନୋମ ସିକୁଏନ୍‌ସିଂ ହେବ ।

Leave A Reply

Your email address will not be published.

fifteen + four =

error: Content is protected !!