୪୦ ଘଣ୍ଟାର ଡ୍ରାମା ପରେ ପାକ୍ ଆର୍ମି ଅପରେସନରେ ୩୩ ଟିଟିପି ଆତଙ୍କବାଦୀ ସହ ୨ କମାଣ୍ଡୋଙ୍କ ପ୍ରାଣ ଗଲା

ଇସ୍‌ଲାମାବାଦ : ୪୦ ଘଣ୍ଟା ଧରି ଚାଲିଥିବା ତେହେରିକ-ଇ-ତାଲିବାନ (ଟିଟିପି)ର ଡ୍ରାମାକୁ ପାକିସ୍ତାନୀ ସେନା ସମାପ୍ତ କରିଛି । ସମସ୍ତ ୩୩ ଟିଟିପି ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ସେନା ଦାବୀ କରିଛି । ସେନାର ଅପରେସନ ପରେ ଆକାଶରେ କଳା ଧୂଆଁ ଉଠିଥିବାର ଦେଖାଯାଇଛି । ଅପରପକ୍ଷେ ଏହି ଅପରେସନ ସମୟରେ ପାକିସ୍ତାନର ଦୁଇ ଜଣ କମାଣ୍ଡୋ ମଧ୍ୟ ପ୍ରାଣ ହରାଇଛନ୍ତି ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ସଂସଦକୁ ସୂଚନା ଦେଇଛନ୍ତି ଯେ, ବାନୁ ଜିଲ୍ଲାର କାଉଣ୍ଟର ଆତଙ୍କବାଦ କେନ୍ଦ୍ର (ସିଆଇସି)କୁ କାବୁ କରିଥିବା ସମସ୍ତ ଆତଙ୍କବାଦୀଙ୍କୁ ସେନା ହଟାଇ ଦେଇଛି । ଟିଟିପି ପାକିସ୍ତାନୀ ମେଜରଙ୍କ ସମେତ ୪ ଜଣ ସୈନିକଙ୍କୁ ତିନି ଦିନ ଧରି ବଂଧକ ରଖିଥିଲା । ଏହା ପରେ ପାକିସ୍ତାନ ୧୬ଟି ଧର୍ମଗୁରୁଙ୍କ ଏକ ଟିମ୍ ଆଫଗାନିସ୍ତାନକୁ ଏହି ସମସ୍ୟାର ସମାଧାନ ପାଇଁ ପଠାଇଥିଲା, କିନ୍ତୁ ଟିଟିପି ଆତଙ୍କବାଦୀମାନେ ସେମାନଙ୍କ କଥା ଶୁଣିଲେ ନାହିଁ । କୁହାଯାଉଛି ଯେ, ଟିଟିପି ଆତଙ୍କବାଦୀମାନେ ଆଫଗାନିସ୍ତାନ ଯିବାକୁ ହେଲିକପ୍ଟର ମାଗୁଥିଲେ । ଏହି କାରଣରୁ ପାକିସ୍ତାନୀ ସେନାଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।

Leave A Reply

Your email address will not be published.

thirteen − four =

error: Content is protected !!