ତାଲିବାନର ଆଉ ଏକ ଅବୈଧ ଆଦେଶ, ବିଶ୍ୱବିଦ୍ୟାଳୟରେ ବାଳିକା ଶିକ୍ଷା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ଏକ ନିଷ୍ପତ୍ତି ସମଗ୍ର ବିଶ୍ୱକୁ ଚକିତ କରିଛି । ତାଲିବାନ ଝିଅମାନଙ୍କ ପାଇଁ ଉଚ୍ଚ ଅଧ୍ୟୟନର ସମସ୍ତ ରାସ୍ତା ବନ୍ଦ କରିଦେଇଛି । ବାସ୍ତବରେ ତାଲିବାନ ମଙ୍ଗଳବାର ଦିନ ଏକ ନୂତନ ଆଦେଶ ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ, ବିଶ୍ୱବିଦ୍ୟାଳୟରେ ବାଳିକା ଶିକ୍ଷା ବନ୍ଦ ହୋଇଯାଇଛି । ତୁରନ୍ତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି । ଆଫଗାନିସ୍ତାନର ବେସରକାରୀ ତଥା ସରକାରୀ ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ଆଡମିଶନ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ତୁରନ୍ତ ନିଷେଧ କରାଯାଇଛି । ତାଲିବାନ ସରକାରଙ୍କ ମୁଖପାତ୍ର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

ତାଲିବାନ ସରକାରଙ୍କ ଏକ ବୈଠକ ପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଜିଆଉଲ୍ଲା ହାସମିଙ୍କ ଦ୍ୱାରା ଜାରି ହୋଇଥିବା ଏହି ଚିଠିରେ ବେସରକାରୀ ତଥା ସରକାରୀ ବିଶ୍ୱବିଦ୍ୟାଳୟଗୁଡିକ ଯଥାଶୀଘ୍ର ଏହି ପ୍ରତିବନ୍ଧକ ଲାଗୁ କରିବାକୁ ଏବଂ ଏହି ପ୍ରତିବନ୍ଧକ ଲାଗୁ ହେବା ପରେ ମନ୍ତ୍ରଣାଳୟକୁ ଜଣାଇବାକୁ କୁହାଯାଇଛି । ହାସମି ତାଙ୍କ ଚିଠିକୁ ଟ୍ୱିଟ୍ କରି ଆସୋସିଏଟେଡ୍ ପ୍ରେସ୍‌କୁ ଏକ ବାର୍ତ୍ତାରେ ନିଶ୍ଚିତ କରିଛନ୍ତି ।

Leave A Reply

Your email address will not be published.

18 − 4 =

error: Content is protected !!