pakka

ଡ୍ରୋନ୍‌ କିମ୍ବା ଟେଲିସ୍କୋପିକ୍‌ ଗନ୍‌ ଦ୍ୱାରା ପିଏମ୍‌ ମୋଦୀଙ୍କୁ ହତ୍ୟା କରାଯିବାକୁ ହୋଇଥିଲା ଷଡଯନ୍ତ୍ର : କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ

bbehera

ନୂଆଦିଲ୍ଲୀ : ବୁଧବାର ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଭାବକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଶୁକ୍ରବାର ଦିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ବୋଲି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଆଶଙ୍କା କରିଥିଲେ । ଗିରିରାଜ ସିଂ କହିଛନ୍ତି ଯେ, ଡ୍ରୋନ୍‌ କିମ୍ବା ଟେଲିସ୍କୋପିକ୍‌ ବନ୍ଧୁକ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ଗିରିରାଜ ସିଂ କହିଛନ୍ତି, ମହାଦେବଙ୍କ କୃପାରୁ ପ୍ରଧାନମନ୍ତ୍ରୀ ମୋଦୀ ରକ୍ଷା ପାଇଛନ୍ତି । ଯଦି ଡ୍ରୋନ୍‌ ଆକ୍ରମଣ ହୋଇଥାନ୍ତା, ତେବେ ପରିସ୍ଥିତି କ’ଣ ହୋଇଥାନ୍ତା ବୋଲି ସେ ଆଶଙ୍କା କରିବା ସହ କହିଛନ୍ତି ଯେ, ସେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ପଛପଟୁ ଘେରାଓ କରାଯିବା ପାଇଁ ଘୋଷଣା କରାଯାଉଥିଲା ।
ଗ୍ରାମୀଣ ବିକାଶ ତଥା ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂ ଟ୍ୱିଟ୍‌ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ମୃତ୍ୟୁ ଫାଶରେ ପକାଇବା କୌଣସି ଘଟଣା ନୁହେଁ, ଏହା ଏକ ଷଡଯନ୍ତ୍ର ଥିଲା । ମହାଦେବଙ୍କ କୃପାରୁ ସେ ରକ୍ଷା ପାଇଛନ୍ତି । ଯଦି ଏହାର ଉଚ୍ଚ ସ୍ତରୀୟ ସଠିକ୍‌ ଅନୁସନ୍ଧାନ ହୁଏ, ତେବେ ଏହି ଷଡଯନ୍ତ୍ର କେବଳ ପଞ୍ଜାବର ସିଏମ୍‌ ଅଫିସ୍‌ ସହିତ ନୁହେଁ, ବରଂ ଏହାର ଅନେକ ଦିଗ ସହିତ ସଂଯୁକ୍ତ ହେବ । ଏଥିରୁ ଜଣାପଡିଛି ଯେ, ତାଙ୍କୁ ଡ୍ରୋନ୍‌ କିମ୍ବା ଟେଲିସ୍କୋପିକ୍‌ ଗନ୍‌ ଦ୍ୱାରା ହତ୍ୟା କରାଯିବାକୁ ଷଡ଼ଯନ୍ତ୍ର ରଚା ଯାଇଥିଲ ।
ଏକ ଭିଡିଓ ସେୟାର କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଆହୁରି ମଧ୍ୟ କହିଛନ୍ତି, ଭିଡିଓ ଦେଖିବା ଦ୍ୱାରା ଏହି ଷଡ଼ଯନ୍ତ୍ରର ଅନୁମାନ କରାଯାଇପାରେ, ଫ୍ଲାଏଓଭରର ପ୍ରଧାନମନ୍ତ୍ରୀଙ୍କୁ କିପରି ଘେରି ରଖାଯାଇଥିଲା । ଅନୁସନ୍ଧାନ ସଠିକ୍‌ ଭାବରେ କରାଯିବା ଉଚିତ ଏବଂ ଷଡଯନ୍ତ୍ରକାରୀଙ୍କ ମଧ୍ୟରୁ କେହି ରକ୍ଷା ଯେପରି ନ ପାଇବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବା ଉଚିତ ।

Leave A Reply

Your email address will not be published.

7 + nineteen =