pakka

ଅସଂଯୋଗୀକୁ ସଂଯୋଗୀ କରଣ : ଓଡ଼ିଶାରେ ୩୯୩୩ ଗ୍ରାମରେ ମୋବାଇଲ ଟାୱାର ଓ ୨୭୨ଟି ପୋଷ୍ଟ ଅଫିସ ସ୍ଥାପନ

bbehera

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାର ଅସଂଯୋଗୀ ଗ୍ରାମ ଗୁଡ଼ିକରେ ମୋବାଇଲ ଓ ଇଣ୍ଟରନେଟର ସେବାକୁ ମଜବୁତ କରିବା ସକାଶେ ଭାରତ ସରକାରଙ୍କ ଯୋଗାଯୋଗ, ରେଳବାଇ, ଇଲେକଟ୍ରନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ୩୯୩୩ ଗ୍ରାମରେ ୪ଜି ସଂଯୋଗୀ କରଣ ପାଇଁ ନୂତନ ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଉତ୍ସବରେ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍‌ଯୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡ଼ିଓ କନଫାରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ବଲାଙ୍ଗିର ମଧ୍ୟ ଭିଡ଼ିଓ କନଫାରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ଉତ୍ସବରେ ହରିଶ ଚନ୍ଦ୍ର ମହାନ୍ତି, ମୁଖ୍ୟ ମହା ପ୍ରବନ୍ଧକ, ବିଏସଏନଏଲ ଓଡ଼ିଶା, ବଳରାମ ପାଲ, ମୁଖ୍ୟ ମହା ପ୍ରବନ୍ଧକ ଓ ରାଜ୍ୟ ମୁଖ୍ୟ ବିବିଏନଏଲ ଓଡ଼ିଶା, ବିଜୟ କୁମାର ନାୟକ, ଏସଆରଡ଼ିଡ଼ିଜି, ଓଡ଼ିଶା ଏଲଏସଏ, ଶୁଭେନ୍ଦୁ ସ୍ୱାଇଁ, ମୁଖ୍ୟ ମହା ଡାକପାଳ, ଓଡ଼ିଶା ଓ ଅନ୍ୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ । ଭାରତ ସରକାରଙ୍କ ଅସଂଯୋଗୀକୁ ସଂଯୋଗୀ କରଣ ଯୋଜନାରେ ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ଓଡ଼ିଶାର ୪୪ ଆକାଂକ୍ଷୀ ଜିଲ୍ଲାର ୭୨୮୭ ଗ୍ରାମକୁ ୪ଜି ମୋବାଇଲ ସେବା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରକ୍ରିୟା ଅନ୍ତର୍ଗତ ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲା ଯଥା ବଲାଙ୍ଗିର, ଢେ଼ଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡ଼ା ଓ ରାୟଗଡ଼ର ୩୯୩୩ ଅସଂଯୋଗୀ ଗ୍ରାମ ପାଇଁ ମୋବାଇଲ ଟାୱାର ସ୍ଥାପନା କରାଯିବ । ଏହି ପ୍ରକଳ୍ପରେ ଅନୁମାନିକ ମୂଲ୍ୟ ଟ.୩୨୧୯କୋଟିର ବ୍ୟୟ ଅଟକଳ କରାଯାଇଛି । ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଓଡ଼ିଶାର ୧୧ଟି ମାଓ ପ୍ରଭାବିତ ଜିଲ୍ଲାରେ ୨୭୨ଟି ନୂଆ ଡାକଘର ଆସନ୍ତା ମାସ ମାର୍ଚ୍ଚ ୩୧.୨୦୨୨ ସୁଦ୍ଧା ଖୋଲାଯିବ । ଆଜି ପର୍ୟ୍ୟନ୍ତ ଏହି ଆଦେଶରେ ୧୨୮ଟି ଡ଼ାକଘର ୦୧.୧୦.୨୦୨୧ ଠାରୁ ୩୧.୧୨.୨୦୨୧ ମଧ୍ୟରେ ଖୋଲାଯାଇଅଛି ଏବଂ ବାକି ୧୪୪ଟି ପର୍ୟ୍ୟାୟ କ୍ରମେ ୩୧.୦୩.୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ । ଏହି ଡ଼ାକଘର ପାଇଁ ୫୪୪ଜଣ ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଓଡ଼ିଶାରେ ଡ଼ାକଘର ମାଧ୍ୟମରେ ଏହି ବର୍ଷରେ ନିମ୍ନଲିଖିତ ସେବା ପ୍ରଦାନ କରାଯାଇଛି ।
ଏହି ଅବସରରେ ଅଶ୍ୱିନୀ ବୈଷ୍ଣବ ମାନ୍ୟବର ମନ୍ତ୍ରୀ ଯୋଗାଯୋଗ, ରେଳବାଇ, ଇଲେକଟ୍ରନିକ୍ସ ଓ ଆଇଟି, ସାଂସଦ ସଙ୍ଗୀତା କୁମାରୀ ସଂଦେଓ, ବଲାଙ୍ଗିର, କେ.ନାରାୟଣ ରାଓ ବିଧାୟକ ଗଜପତି, ସୁବାଶ ଚନ୍ଦ୍ର ପାଣିଗ୍ରାହୀ ବିଧାୟକ ଦେବଗଡ଼, କୁସୁମ ଟେଟେ ବିଧାୟକା ସୁନ୍ଦରଗଡ଼ ଓ ୧୦ଟି ଆକାଂକ୍ଷୀ ଜିଲ୍ଲାର ଜନପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.

9 − 1 =