csstore

ଓବିସି ସଂରକ୍ଷଣରେ ଦାବୀରେ ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଓବିସି ମାନଙ୍କୁ ଅଣଦେଖା କରିବା ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି । ତେବେ ଆଜି ଓବିସି ସଂରକ୍ଷଣରେ ଦାବୀରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟ ଆଗରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଅକ୍ଷୟ ରଣାଙ୍କ ନେତୃତ୍ୱରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଦଳ ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ସମେତ ବିଜେପିର ଶତାଧିକ କର୍ମୀ ରାଜ୍ୟପାଳଙ୍କ ଉଦେ୍‌ଦ୍ଦଶ୍ୟରେ ସ୍ଥାନୀୟ ବିଡ଼ିଓ ଚନ୍ଦ୍ରମଣି ନାଗଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଥାନା ଅଧିକାରୀ ଅବନୀ ସାହୁଙ୍କ ସମେତ ପୁଲିସ ପ୍ରଶାସନ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.