pakka

ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଭିତ୍ତି ପ୍ରସ୍ତର ଦେଲେ ନରସିଂହ

bbehera
  • ମନୋରଂଜନ ସହ ରୋଜଗାର ଦେବ ମହାରାଣୀ ସାଗର – ନରସିଂହ
  • ଦୁଇଟି ପାର୍କିଂ ସହ ଭେଣ୍ଡିଂ ଜୋନର ହେଲା ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଠିନ ପରିଶ୍ରମ ପରେ ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସଫଳତା ଆଡକୁ ଗତି କରୁଛି । ଏହି ପ୍ରକଳ୍ପକୁ ସାକାର କରିବା ପାଇଁ ଦୀର୍ଘ ବର୍ଷର ଚେଷ୍ଟା ଫଳପ୍ରଦ ହେବାକୁ ଯାଉଛି । ସହର ମଧ୍ୟରେ ଥିବା ଏହି ଜଳାଶୟ ମହାରାଣୀ ସାଗର ଲୋକଙ୍କୁ କେବଳ ମନୋରଂଜନ ଦେବ ନାହିଁ, ଆଗାମୀ ଦିନରେ ଏହି ପ୍ରକଳ୍ପ ବଲାଙ୍ଗିରର ବେରୋଜଗାର ଯୁବକମାନଙ୍କ ପାଇଁ ରୋଜଗାରର ପନ୍ଥା ଦେଖାଇବ ବୋଲି ଆଜି ଇନ୍ଦିରାନଗରଠାରେ ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଏହି ପ୍ରକଳ୍ପ ପାଇଁ ବଲାଙ୍ଗିର ବିଧାୟକ ବିରୋଧିଦଳ ନେତା ସମୟରେ ୫ ବର୍ଷ ପୁର୍ବରୁ ୧୦୦ କୋଟି ଟଙ୍କାର ଦାବୀ ରଖିଥିଲେ । ଯାହାକି ପରବର୍ତ୍ତି ସମୟରେ ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି । ସାମ୍ବାଦିକମାନଙ୍କୁ ସେ ନିଜ ପ୍ରତିକ୍ରିୟାରେ ଆହୁରି ମଧ୍ୟ କହିଛନ୍ତି ଯେ ବଲାଙ୍ଗିରର ପରିବେଶ ସୁରକ୍ଷା ପର୍ଯ୍ୟଟନ, ସ୍ଥାନୀୟ ବାସିନ୍ଦାଙ୍କୁ ରୋଜଗାର ଦେବାରେ ଏହି ପ୍ରକଳ୍ପ ଏକ ଉଦାହରଣ ସୃଷ୍ଟି କରିବ । ଏହି ପ୍ରକଳ୍ପ ପାଇଁ ଶ୍ରୀ ମିଶ୍ର ସ୍ଥାନୀୟ ବାସିନ୍ଦା, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାର ଧାର୍ଯ୍ୟ ସମୟ ଏକ ବର୍ଷ ମଧ୍ୟରେ ଯେମିତି ସମ୍ପୂର୍ଣ୍ଣ ହୋଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଦରକାର ବୋଲି ଅନୁରୋଧ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଡିସେମ୍ବର ଶେଷ ସପ୍ତାହରେ ନିର୍ମାଣକାରୀ ସଂସ୍ଥା ନେସନାଲ ପ୍ରୋଜେକ୍ଟ କନଷ୍ଟ୍ରକସନ କର୍ପୋରେସନ (ଏନ୍‌ସିସିବି) ଏବଂ ଜିଲ୍ଲା ପ୍ରଶାସନ ସହ ଏହି ପ୍ରକଳ୍ପର ନିର୍ମାଣ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇସାରିଛି । ଓୟୁଆଇଡିଏଫ୍‌ ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହି ପ୍ରକଳ୍ପ ପାଇଁ ମଞ୍ଜୁରି ପାଇଥିବା ଯୋଜନାରେ ମହାରାଣୀ ସାଗରରେ ବୋଟିଂ, ୱାଟର ସ୍ପିଙ୍କଲର ସହ ଲାଇଟ ଗେମ୍ସ, ପାକିଂ, ଫୁଡ ଜୋନ, ଛୋଟ ଛୁଆଙ୍କ ଖେଳିବା ସ୍ଥାନ, ଆର୍ଟ ଏଣ୍ଡ କ୍ରାପ୍ଟ ଜୋନ, ପାର୍ଟି ଲନ, ଓପନ ଜିମ୍‌, ବୟସ୍କମାନଙ୍କ ପାଇଁ ପାର୍କ, ବ୍ୟାୟାମ କରିବା ପାଇଁ ସ୍ଥାନ, ବଗିଚା ଏହିଭଳି ଅନେକ ସୁବିଧା ଭିତରେ ଉପଲବ୍ଧ ରହିବ । ଏହି ପ୍ରକଳ୍ପର ଉଦ୍‌ଘାଟନ ପରେ ସହର ମଧ୍ୟରେ ଟିକ୍ରାପଡା ଗାନ୍ଧୀ ପାଠାଗାର ଛକରେ ଥିବା ପାକିଂ ଜୋନ ଏବଂ ଭୀମଭୋଇ ମେଡିକାଲ କଲେଜ ଏବଂ ଡାକ୍ତରଖାନା ଛକରେ ଥିବା ପାର୍କିଂ କମ୍‌ ଭେଣ୍ଡିଂ ଜୋନ ଉଦ୍‌ଘାଟନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ପାର୍କିଂ ସ୍ଥଳ ମଧ୍ୟ ଯେପରି ସୂଚାରୁ ରୂପେ ପରିଚାଳନା ହୋଇପାରିବ ଏବଂ ଭେଣ୍ଡିଂ ଜୋନର ବଣ୍ଟନ ସାଙ୍ଗକୁ ତାର ପରିଚାଳନା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଠିକ୍‌ ହିସାବରେ କରିପାରିବେ ସେ ଦିଗରେ ଯତ୍ନବାନ ହେବାକୁ ପଡିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି ଉଦ୍‌ଘାଟନୀ ଉତ୍ସବମାନଙ୍କରେ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ, କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ବିପିନ ବିହାରି ଦୀପ, କନିଷ୍ଠ ଯନ୍ତ୍ରୀ ରୋଜାଲିସା ରାଉତ, ସହକାରୀ ଯନ୍ତ୍ରୀ ଗୋଲକ ବିହାରୀ ସାହୁ, କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ମହାନ୍ତିଙ୍କ ସମେତ ସ୍ଥାନୀୟ ଜନସାଧାରଣ ମହିଳା ଓ ପୁରୁଷମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

6 + 4 =