ଆଯୋଧ୍ୟାରେ ବିରାଜିବେ ରାମଲଲା

ଅଯୋଧ୍ୟା : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯଜମାନିରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜନ ହେବ । ସେହି ଦିବ୍ୟ ମୁହୂର୍ତ୍ତକୁ ଆପେକ୍ଷା । ଜନ୍ମଭୂମିରେ ବିରାଜିବେ ପ୍ରଭୁ ରାମଲଲା । ମର୍ଯ୍ରାଦା ପୁରୁଷୋତ୍ତମଙ୍କ ଦିବ୍ୟ ରୂପକୁ ଦେଖିବାକୁ ବ୍ୟାକୁଳ ହେଲେଣି ଅସଂଖ୍ୟ ଭକ୍ତ ଓ ଶ୍ରଦ୍ଧାଳୁ । ସଜେଇ ହୋଇଛି ଅଯୋଧ୍ୟ, ଦେଶରୁ ବିଦେଶ ସବୁଠି ରାମମୟ । ରାମଭକ୍ତଙ୍କ ପାଇଁ ଉପନୀତ ହୋଇଛି ଦିବ୍ୟ ମୁହୂର୍ତ୍ତ । ୫୦୦ ବର୍ଷର ତପ ଫଳବତୀ ହେବାକୁ ଯାଉଛି । ପ୍ରଭୁ ନିଜ ଜନ୍ମଭୂମିରେ ଦିବ୍ୟ ତଥା ଅଲୌକିକ ମନ୍ଦିରରେ ବିରାଜମାନ ହେବେ । ଅପରାହ୍ନ ୧୨ଟା ୨୦ରୁ ୧ଟା ପର୍ଯ୍ୟନ୍ତ ପ୍ରାଣ ପ୍ରତିଷ୍ଠାର ମୁହୂର୍ତ୍ତ ରହିଛି । ତେବେ ମାତ୍ର ୮୪ ସେକେଣ୍ଡର ଦିବ୍ୟ ମୁହୂର୍ତ୍ତ ମଧ୍ୟରେ ହିଁ ରାମଲଲା ବିରାଜମାନ କରିବେ । ତାହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

Leave A Reply

Your email address will not be published.

nineteen − eleven =