csstore

୭ତମ ପାଙ୍କେଲ ବାହାଲ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅଧିନସ୍ଥ ପାଙ୍କେଲ ବାହାଲ ଜୟ ଭବାନୀ ସଂସ୍କୃତି କଳା ପରିଷଦ ତରଫରୁ ଆୟୋଜିତ ସପ୍ତମ ଧନୁଯାତ୍ରା ମହୋତ୍ସବ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ, ସମ୍ମାନିତ ଅତିଥି ଭାବରେ ବହଳପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରମୋଦ ବିଶି, ଧନୁଯାତ୍ରା କମିଟି ସଭାପତି ଶ୍ରୀପତି ବାଗ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସାମ୍ବାଦିକ ରାଧେଶ୍ୟାମ ହାତୀ ସଭା ପରିଚାଳନା କରିଥିଲେ । ମହୋତ୍ସବର ପ୍ରଥମ ରଜନୀରେ ଉଗ୍ରସେନଙ୍କ ଗାଦିଚ୍ୟୁତ, କଂସର ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କ ବିବାହ , ଦେବକୀଙ୍କ ପୁତ୍ର ଜନ୍ମ ସହ ତୃତୀୟ ପୁତ୍ରକୁ ନୃଶଂସ ଭାବରେ କଂସର ହତ୍ୟା ଚରିତ୍ରକୁ ଅତି ନିଖୁଣ ଭାବରେ କଳାକାରମାନେ ପ୍ରଦର୍ଶିତ କରିଥିଲେ । କଳାକାରମାନଙ୍କ ନିଖୁଣ ଅଭିନୟ ଦେଖି ଦର୍ଶକ ଅତି ଆନନ୍ଦ ଅନୁଭବ କରିଥିବା ଜଣାଯାଉଛି । ଏହି ଧନୁଯାତ୍ରା ପାଞ୍ଚଦିନ ପର୍ଯ୍ୟନ୍ତ ଆୟୋଜନ ହେଉ ଥିବାବେଳେ ଗୁରୁବାର ତଥା ପୌଷ ପୂର୍ଣ୍ଣିମା ଦିନ ସମାପନ ହେବ । ଏହି ଧନୁଯାତ୍ରାରେ ଭାଲେର ଗ୍ରାମର ରାଧାକାନ୍ତ ନାଏକ କଂସ ଭୂମିକା, ଶ୍ରୀନିବାସ ନାଏକ ଉଗ୍ରେସନ ଭୂମିକାରେ ଅଭିନୟ କରିଥିଲେ । ଏହି ଧନୁଯାତ୍ରାକୁ ସମସ୍ତ ଗ୍ରାମବାସୀ ସହଯୋଗ କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.