om academy

ପଲସଦାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦାରେ ୨୪ତମ ମା’ ବ୍ରାହ୍ମଣୀ ପଠାରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ମହେନ୍ଦ୍ର ସିଂହ ବରିହା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପତକା ଉତ୍ତୋଳନ କରି ଖେଳ ଆରମ୍ଭ କରିଥିଲେ । ଏଥିରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରଥମ ମ୍ୟାଚ ଧୁମାଭଟା ଦଳ ୩ ଗୋଲ ବ୍ୟବଧାନରେ ପଲସଦାକୁ ହରାଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଫାଇନାଲ ମ୍ୟାଚ ଧୁମାଭଟା ଦଳ ଓ ଭୁବନେଶ୍ୱରପୁର (କୁଦୋଗୁଡା) ମଧ୍ୟରେ ହୋଇଥିଲା । ମ୍ୟାଚ ଅମିମାଂସିତ ହେବାରୁ ଧୁମାଭଟା ଦଳ ଟାଇପ ରେକଡ୍‌ରେ କୁଦୋଗୁଡା ଦଳକୁ ୪/୩ ଗୋଲ୍ ବ୍ୟବଧାନରେ ହରାଇ ଫାଇନାଲ ମ୍ୟାଚକୁ ଜିତି ନେଇଥିଲେ । ମୁଖ୍ୟ ଅତିଥି ମହେନ୍ଦ୍ର ସିଂହ ବରିହା, ସମ୍ମାନିତ ଅଥିତି ମହେନ୍ଦ୍ର କୁମାର ସାହୁ, ପୀତାମ୍ବର ସାହୁ, ଜୟସିଂହ ବାରିହା ମ୍ୟାଚକୁ ଉପଭୋଗ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ବିଜୟୀ ଦଳକୁ ୧୦୦୦୦ ହଜାର ଓ ଉପବିଜେତା ଦଳକୁ ୭୦୦୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ମ୍ୟାନ୍‌ଅଫ୍‌ ଦି ମ୍ୟାଚ୍‌ ଓ ମ୍ୟାନ୍‌ ଅଫ୍‌ ଦି ସିରିଜ୍ ଧୁମାଭଟା ଦଳର ନରେଶ ପଟେଲଙ୍କୁ ନଗଦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ମ୍ୟାଚ୍‌ରେ ମେନ୍ ଅଫ୍‌ ଦି ମ୍ୟାଚ୍‌କୁ ସୁବାସ ଚନ୍ଦ୍ର ପଟେଲ ନିଜ ମାଆ ସ୍ୱର୍ଗତା ରୋହିଣୀ ପଟେଲଙ୍କ ନାମରେ ଦେଇଥିଲେ । ବିଜୟ ଟ୍ରଫି ପିଣ୍ଟୁ ବରିହା ଓ ରନର୍ ଟ୍ରଫି ଭିକି ସାହୁ ପ୍ରଦାନ କରିଥିଲେ । ମ୍ୟାଚ୍‌କୁ ଫାଓ ମାନ୍ୟତା ପ୍ରାପ୍ତ ଖେଳ ଶିକ୍ଷକ ମଣ୍ଟୁ ବାଗ, ସୋନ୍ତୋସ ପଟେଲ, ନରେଶ ବାରିକ, ସୁବାଷ ଚନ୍ଦ୍ର ପଟେଲ, ଶଙ୍କର ପ୍ରଧାନ ପରିଚାଳନା କରିଥିଲେ । ଧାରା ବିବରଣୀ ପଙ୍କଜ ବାରିକ, କିଶୋର ପଟେଲ ଓ ଭୀଷ୍ମ ବାରିକ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା ମିନିକେତନ ବରିହା କରିଥିଲେ । ଶେଷରେ ସମାରୁ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.