ସରକାରୀ ରାଜକୋଷରେ ଜମା ହେବ ପିୟୁଷ ଜୈନଙ୍କ ଅଜସ୍ର ସମ୍ପତ୍ତି : ୧୬ କୋଟି ପର୍ଯ୍ୟନ୍ତ ହୋଇପାରେ ଜୋରିମାନା

କାନପୁର : ନାମୀ ବ୍ୟବସାୟୀ ପିୟୁଷ ଜୈନଙ୍କ କାନପୁର ଓ କନୌଜ ସ୍ଥିତ ଠିକଣାରେ ଅଜସ୍ର ସମ୍ପତ୍ତି ଠାବ ହେବାପରେ କେବଳ ମିଡ଼ିଆରେ ନୁହେଁ, ବରଂ ସୋସିଆଲ ମିଡ଼ିଆରେ ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି । ଏବେ ବ୍ୟବସାୟୀ ପିୟୁଷ ଜୈନଙ୍କ ପାଇଁ ଅଡ଼ୁଆ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ପିୟୁଷ ଜୈନଙ୍କ ଠିକଣାରୁ ଠାବ କରାଯାଇଛି । ନଗଦ ୧୯୬.୪୫ କୋଟି ଟଙ୍କା ଏବଂ ୨୩ କିଲୋ ସୁନା ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧୧ କୋଟି କଳାଧନ ଶ୍ରେଣୀକୁ ଆସିବ । ତେବେ ଏହା ଉପରେ ୧୦୭ ଶତକଡ଼ା ଟ୍ୟାକ୍ସ ଲାଗିପାରେ । ଏହି କ୍ରମରେ ଦେଖିବାକୁ ଗଲେ ପିୟୁଷ ଜୈନଙ୍କ ଦ୍ୱାରା ଜମା ହୋଇଥିବା ଧନ ସରକାରୀ ରାଜକୋଷରେ ଜମା ହୋଇଯିବ । କେବଳ ଏତିକି ନୁହେଁ, ପିୟୁଷ ଜୈନଙ୍କ ଉପରେ ପାଖାପାଖି ୧୪ରୁ ୧୬ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗିପାରେ ବୋଲି ଆଲୋଚନା ହେଉଛି । ସୂଚନାଯୋଗ୍ୟ ଯେ, ଗତ ୨୩ ଡିସେମ୍ବର ୨୦୨୧ରେ ଜିଏସ୍‌ଟି ଇଣ୍ଟେଲିଜେନ୍ସ ମହାନିର୍ଦ୍ଦେଶାଳୟ ଓ ଆଇଟିର ମିଳିତ ଟିମ୍‌ ପିୟୁଷ ଜୈନଙ୍କ କାନପୁର ଏବଂ ୨୪ ଡିସେମ୍ବର ସଂଧ୍ୟାରେ କନୌଜ ସ୍ଥିତ ତାଙ୍କ ଠିକଣାରେ ଚଢ଼ାଉ କରିଥିଲେ ।

Leave A Reply

Your email address will not be published.

seventeen − 15 =