pakka

କଣ୍ଟାମାଳ ବ୍ଲକ ଜୋନ ନଂ ୨ରେ ଜୋର ଧରୁଛି ପ୍ରଚାର : ଦୁଇ ଯା’ ମଧ୍ୟରେ ବିଗ୍‌ ଫାଇଟ

bbehera

ବୌଦ୍ଧ, (ମମତା ମହାକୁର) : ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତେ ଜୋର ଧରୁଛି ନିର୍ବାଚନ ପ୍ରଚାର । ଗାଁ ମୁହା ଏବେ ନେତା ।ଘରକୁ ଘର ଯାଇ ଭୋଟ ମାଗୁଛନ୍ତି ନେତା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦୁଇ ନମ୍ବର ଜିଲ୍ଲା ପରିଷଦ ଜୋନରେ ବେଶ ଜମୁଛି ନିର୍ବାଚନ ପ୍ରଚାର । ଏହି ଜିଲ୍ଲା ପରିଷଦ ଜୋନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ଏଠାରେ ମୁଖ୍ୟତଃ ଗୋଟିଏ ପରିବାରର ଦୁଇ ଯା’ଙ୍କ ମଧ୍ୟରେ ହେଉଛି ଜୋରଦାର ଲଢେଇ । ଆଠଗୋଟି ପଂଚାୟତକୁ ନେଇ ଗଠିତ ୨ ନମ୍ବର ଜିଲ୍ଲା ପରିଷଦ ଜୋନ କଣ୍ଟମାଳ ବ୍ଲକର କଂଟାମାଳ, ରେଙ୍ଗାଲି ଲମ୍ବସରି, ଖଲିଆପାଲି, ସିମିଳିପଦର, ରୁଣ୍ଡିମହୁଲ, ପଲସାଗୋରା ଓ ଦପଲା ପଞ୍ଚାୟତକୁ ନେଇ ଗଠିତ ଜିଲ୍ଲା ପରିଷଦ ଜୋନ ନମ୍ବର ଦୁଇ । ଏଠାକାର ଭୋଟର ସଂଖ୍ୟା ୩୬୧୦୦ ହୋଇଥିବା ବେଳେ ଗତଥର ଏଠାରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥିନୀ ମମତା ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥିନୀ ପଦ୍ମାଳୟା ପ୍ରଧାନଙ୍କୁ ୩୨୦୦ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ । ଏଥର ମଧ୍ୟ ବିଜେଡି ପକ୍ଷରୁ ମମତା ପ୍ରଧାନ, ବିଜେପି ପକ୍ଷରୁ ପଦ୍ମାଳୟା ପ୍ରଧାନ ଓ କଂଗ୍ରେସ ପକ୍ଷରୁ କଳାକାନ୍ତି ଦଳବେହେରା ପ୍ରାର୍ଥୀ ହୋଇଛନ୍ତି । ଫଳରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ତେବେ ମୁଖ୍ୟ ଲଢେ଼ଇ ଦୁଇ ଯା’ ବିଜେଡିର ମମତା ପ୍ରଧାନ ଓ ବିଜେପିର ପଦ୍ମଳୟା ପ୍ରଧାନ ମଧ୍ୟରେ ବିଗ ଫାଇଟ ହେଉଛି । ଗୋଟିଏ ପରିବାରର ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ଜୋରଦାର ହେଉଛି । ଗୋଟିଏ ପରିବାରର ହୋଇଥିଲେ ସେମାନଙ୍କ ସମ୍ପର୍କ ସୁସମ୍ପର୍କ ଓ ନିଜ ନିଜ ଦଳ ପାଇଁ କାମ କରୁଥିବା କହିଛନ୍ତି ଉଭୟ ପ୍ରାର୍ଥିନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇ ଭୋଟରଙ୍କ ପାଖଙ୍କୁ ଯାଉଛନ୍ତି ବିଜେଡି ପ୍ରାର୍ଥିନୀ ମମତା ପ୍ରଧାନ । ସେ ଘରକୁ ଘର ଯାଇ ଲୋକଙ୍କୁ ଭେଟିବା ସହ ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ବିଜେପି ପ୍ରାର୍ଥୀ ପଦ୍ମାଳୟା ପ୍ରଧାନ ମଧ୍ୟ ଘରକୁ ଘର ଯାଇ ଶ୍ରୀ ମୋଦିଙ୍କ ସ୍ୱଚ୍ଛ ଶାସନ ଓ ବିକାଶର କଥା ଲୋକଙ୍କୁ ବୁଝାଇବା ସହ ଅଞ୍ଚଳର ଉନ୍ନତି ପାଇଁ ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ କଳାକାନ୍ତି ଦଳବେହେରା ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାରର ବିଫଳତା ଓ ମଣ୍ଡି ସମସ୍ୟା, ମହିଳା ନିର୍ଯ୍ୟାତନାକୁ ମୁଦ୍ଦା କରି ଭୋଟରଙ୍କ ପାଖକୁ ଯାଉଥିବା ଦେଖିବାକୁ ମିଳିଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଚାରକୁ କମ୍‌ କରାଯାଇଥିବାରୁ ନେତାମାନେ ଡୋର ଟୁ ଡୋର କ୍ୟାମ୍ପେନ କରୁଥିବା ବେଳେ ସୋସିଆଲ ମେଡିଆକୁ ଗୁରତ୍ୱ ଦେଇଛନ୍ତି । ସବୁଆଡେ ଗାଁ କାନ୍ଥରେ ଲାଗିଛି ବ୍ୟାନର, ପୋଷ୍ଟର । ଗାଁ ଛକ, ପାନ ଦୋକାନ, ଚା’ ଖଟିରେ ଏବେ ୨ ନମ୍ବର ଜୋନକୁ ନେଇ ଖୁବ ଚର୍ଚ୍ଚା । ତେବେ ଯିଏ ଅଂଚଳର ବିକାଶ କରିବ ଓ ଦଳ ନୁହେଁ ଉପଯୁକ୍ତ ପ୍ରାର୍ଥୀ ଦେଖି ଭୋଟ ଦେବେ ବୋଲି କହିଛନ୍ତି ଭୋଟର । ଆସନ୍ତା ୧୬ ତାରିଖରେ ଦେଖିବାକୁ ବାକି ରହିଲା ବୌଦ୍ଧ ଜିଲ୍ଲାର ୨ ନମ୍ବର ଜୋନରେ ବିଜୟ ମୁକୁଟ ପିନ୍ଧୁଛି କିଏ ?

Leave A Reply

Your email address will not be published.

16 − 8 =