pakka

ତ୍ରିରଙ୍ଗା ଉଡ଼ାଇବା ନିୟମରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

bbehera

ନୂଆଦିଲ୍ଲୀ : ଏବେ ଯେ କୌଣସି ବ୍ୟକ୍ତି ନିଜ ଘରେ ଦିନ ରାତି ତ୍ରିରଙ୍ଗା ଉଡ଼ାଇପାରିବେ । ଏବେ ଏଭଳି ଏକ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ସ୍ୱାଧୀନତା ଦିବସ ପୂର୍ବରୁ ‘ହର ଘର ତ୍ରିରଙ୍ଗା ସମାରୋହ’ ଦ୍ୱାରା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏବେ ପର୍ଯ୍ୟନ୍ତ ସାଧାରଣ ଲୋକେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜାତୀୟ ପତାକାକୁ ଉଡ଼ାଇବାକୁ ଅନୁମତି ଥିଲା । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ୨୦ଜୁଲାଇରେ ସମସ୍ତ ସଚିବଙ୍କୁ ଚିଠି ଲେଖିଥିଲେ । ଏହି ଚିଠିରେ କୁହାଯାଇଥିଲା କି ତ୍ରିରଙ୍ଗା ଉଡ଼ାଇବାର ନୂଆ ନିୟମ ଉକ୍ତ ଦିନରୁ ଲାଗୁ ହେଉଛି । ଚିଠିରେ ନୂଆ ନିୟମକୁ ନେଇ କୁହାଯାଇଥିଲା କି ଭାରତୀୟ ଧ୍ୱଜା ସଂହିତା ୨୦୦୨ରେ ସଂଶୋଧନ କରାଯାଇଛି । ନୂଆ ନିୟମ ଅନୁଯାୟୀ ରାଷ୍ଟ୍ରୀୟ ଧ୍ୱଜା ଖୋଲା ସ୍ଥାନରେ କିମ୍ବା କୌଣସି ସାଧାରଣ ଲୋକ ଯଦି ଘରେ ଲଗାଇଥାଏ ତ ଏବେ ଏହା ଦିନ ରାତି ରହିପାରିବ । ସୂଚନା ଅନୁଯାୟୀ ଏହା ପୂର୍ବ ନିୟମ ଅନୁଯାୟୀ ଯେତେବେଳେ ଜାତୀୟ ପତାକା ଖୋଲା ସ୍ଥାନରେ ଉତ୍ତୋଳନ କରାଯାଇଥାଏ ତେବେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ହିଁ ରହିବାର ବ୍ୟବସ୍ଥା ଥିଲା । ଗୃହ ସଚିବ ନିଜ ପତ୍ରରେ କହିଥିଲେ କି ଏହି ପଦକ୍ଷେପ ନାଗରିକଙ୍କୁ ‘ହର ଘର ତ୍ରିରଙ୍ଗା’ ସମାରୋହରେ ଭାଗ ନେବାକୁ ଏବଂ ନିଜ ଘରେ ଜାତୀୟ ପତାକା ଉଡ଼ାଇବା ଲାଗି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିଆଯାଇଛି ।

ଚଳିତ ବର୍ଷ ଆମେ ଆଜାଦୀର ଅମୃତ ମହୋତ୍ସବ ମାନୁଛୁ । ତେବେ ଆସନ୍ତୁ ଆମେମାନେ ହର ଘର ତ୍ରିରଙ୍ଗା ଆନ୍ଦୋଳନକୁ ମଜବୁତ କରିବା । ୧୩ରୁ ୧୫ଅଗଷ୍ଟ ମଧ୍ୟରେ ଘରେ ତ୍ରିରଙ୍ଗା ଉତ୍ତୋଳନ କରନ୍ତୁ । କେନ୍ଦ୍ର ଗୃହ ସଚିବ ନିଜ ପତ୍ରରେ କହିଛନ୍ତି କି ସରକାରଙ୍କ ଆଶା ଅଛି କି ୧୩ ଅଗଷ୍ଟରେ ପାଖାପାଖି ୩୦କୋଟି ଲୋକଙ୍କ ଘରେ ତ୍ରିରଙ୍ଗା ଉତ୍ତୋଳନ ହେବ ।

jay balangir
Leave A Reply

Your email address will not be published.

17 + 9 =

error: Content is protected !!