pakka

ହୀରାକୁଦରୁ ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

bbehera

ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା କମିଯାଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଏବେ ପୂର୍ବାପେକ୍ଷା ଜଳ କମ ପ୍ରବେଶ କରୁଛି । ତେଣୁ ଜଳଭଣ୍ଡାରରୁ ୩ଟି ଗେଟ୍‌ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ଜଳଭଣ୍ଡାରରୁ ୭ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି । ବାମପାର୍ଶ୍ବରୁ ୪ଟି ଓ ଡାହାଣ ପାର୍ଶ୍ବରୁ ୩ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଥିବା ହୀରାକୁଦ ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ ପୂର୍ବରୁ ଉଭୟ ପାର୍ଶ୍ବ ସ୍ପିଲ୍‌ୱେ’ର ମୋଟ ୧୦ଟି ଗେଟ୍‌ ଦେଇ ୧,୫୦,୩୬୦ କ୍ୟୁସେକ୍ ପାଣି ମହାନଦୀକୁ ନିଷ୍କାସିତ ହେଉଥିଲା । ସେହିପରି ପାୱାର୍ ଚାନେଲ୍‌ରେ ୩୬,୬୫୩ କ୍ୟୁସେକ୍‌, ବରଗଡ଼ କେନାଲ୍‌ରେ ୩,୭୯୮ କ୍ୟୁସେକ୍‌, ଶାସନ କେନାଲରେ ୬୦୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୧୧୫ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ପାଇଁ ୨୭୩ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା ।

jay balangir
Leave A Reply

Your email address will not be published.

two + twenty =

error: Content is protected !!