pakka

୭ଟି ପର୍ଯ୍ୟାୟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ

bbehera

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ସାତୋଟି ପର୍ଯ୍ୟୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ ୧୦ରେ ଉତ୍ତରପ୍ରଦେଶରେ ପ୍ରଥମ ରାଉଣ୍ଡ ଭୋଟିଂ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ରେ, ତୃତୀୟ ପର୍ଯ୍ୟାୟ ଫେବୃଆରୀ ୨୦ରେ, ଚତୁର୍ଥ ପର୍ଯ୍ୟାୟ ୨୩ ଫେବୃଆରୀରେ, ଫେବୃଆରୀ ୨୭ରେ ପଞ୍ଚମ ପର୍ଯ୍ୟାୟ, ମାର୍ଚ୍ଚ ୩ରେ ଷଷ୍ଠ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରେ ଶେଷ ପର୍ଯ୍ୟାୟ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଘୋଷଣା କରାଯିବ । ଫେବୃଆରୀ ୧୪ରେ ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ଗୋଆରେ ମତଦାନ ଅନୁଷ୍ଠିତ ହେବ । ଏଥି ସହିତ ମଣିପୁରରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଫେବୃଆରୀ ୨୭ରେ ଏବଂ ଶେଷ ରାଉଣ୍ଡ ମାର୍ଚ୍ଚ ୩ରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ରେ ସମସ୍ତ ରାଜ୍ୟରେ ଭୋଟ୍ ଗଣନା କରାଯିବ ।

Leave A Reply

Your email address will not be published.

2 + three =