pakka

୫ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାର ଉପରେ ବି କଟକଣା : ରାଲି, ରୋଡ ସୋ’ ଜାନୁଆରୀ ୧୫ ଯାଏଁ ମନା

bbehera

ନୂଆଦିଲ୍ଲୀ : ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତିଥି ଘୋଷଣା ହୋଇ ସାରିଛି । ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ୫ ରାଜ୍ୟର ନିର୍ବାଚନ ପ୍ରଚାର ଉପରେ ନିର୍ବାଚନ ଆୟୋଗ କଟକଣା ଲଗାଇଥିବା ବେଳେ ଜାନୁଆରୀ ୧୫ ଯାଏଁ ପ୍ରାର୍ଥୀ କୌଣସି ରାଲି କିମ୍ବା ରୋଡ ସୋ’ କରିପାରିବେ ନାହିଁ । ପ୍ରଚାର ବେଳେ ଶୋଭାଯାତ୍ରା ଓ ପଦଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି । ସେହିପରି ରାତି ୮ଟାରୁ ସକାଳ ୮ଟା ଯାଏଁ ନିର୍ବାଚନ ପ୍ରଚାର କରିପାରିବେନି ପ୍ରାର୍ଥୀ । କରୋନା ସଂକ୍ରମଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ଭର୍ଚୁଆଲ ଓ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି । ଜାନୁଆରୀ ୧୫ ପରେ ସ୍ଥିତି ଦେଖି ଏହା ଉପରେ ବିଚାର କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.

5 + 8 =