pakka

ପାଗଳ କୁକୁର ୪ ଡଜନରୁ ଅଧିକ କାଉଡ଼ିଆଙ୍କୁ କାମୁଡ଼ିଲା, ଅନେକ ଗୁରୁତର

bbehera

ମୁଙ୍ଗର୍ : ବିହାରର ମୁଙ୍ଗର ଜିଲ୍ଲାରୁ ଏକ ବଡ ଖବର ଆସୁଛି । ଏକ ପାଗଳ କୁକୁର ୪ ଡଜନରୁ ଅଧିକ କାଉଡ଼ିଆଙ୍କୁ କାମୁଡିଛି । ଘଟଣାସ୍ଥଳରେ ଏଥିପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କିଛି ଆହତ କାଉଡ଼ିଆ ଗୁରୁତର ଭାବେ ଆହତ ହୋଇଥିଲେ । ଏ ସମ୍ପର୍କରେ ଖବର ପ୍ରଚାର ହେବା ମାତ୍ରେ ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସବ-ଡିଭିଜନାଲ ହସ୍ପିଟାଲ(ତାରାପୁର)କୁ ଅଣାଯାଇଥିଲା । ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଇନ୍-ଚାର୍ଜ ଡା. ବି.ଏନ୍ ସିଂଙ୍କ ନେତୃତ୍ୱରେ ସମସ୍ତ ରୋଗୀ ଏଠାରେ ଚିକିତ୍ସିତ ହେଉଥିଲେ । ସୂଚନା ଅନୁସାରେ ସମସ୍ତ କାଉଡ଼ିଆ ସୁଲତାନଗଞ୍ଜର ଗଙ୍ଗା ଘାଟରୁ ଗଙ୍ଗା ଜଳ ନେଇ ଦେଓଘରର ବାବା ଭୋଲେନାଥଙ୍କ ଜଳାଭିଶେକ କରିବାକୁ ଯାଉଥିଲେ । ଏହି ସମୟରେ ତାରାପୁରରେ ଏକ ପାଗଳ କୁକୁର କାଉଡ଼ିଆଙ୍କୁ ଆକ୍ରମଣ କରି କାମୁଡ଼ିଥିଲା ।

jay balangir
Leave A Reply

Your email address will not be published.

sixteen + 4 =