pakka

ମହାରାଷ୍ଟ୍ରରେ ବିଶ୍ୱାସଘାତକତାକୁ ବରଦାସ୍ତ କରାଯାଏ ନାହିଁ, ଏକନାଥ ସିନ୍ଦେ ସରକାର ଭାଂଗିଯିବ : ଆଦିତ୍ୟ ଠାକରେ

bbehera

ସିନ୍ଧୁଦୁର୍ଗ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଯୁବ ସେନା ମୁଖ୍ୟ ଆଦିତ୍ୟ ଠାକରେ ସୋମବାର କହିଛନ୍ତି ଯେ, ରାଜ୍ୟରେ ବିଶ୍ୱାସଘାତକତାକୁ କେବେ ହେଲେ ବରଦାସ୍ତ କରାଯାଏ ନାହିଁ, ତେଣୁ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାର ନିଶ୍ଚିତ ଭାବେ ଭାଂଗିଯିବ । କୋଂକଣ ଅଞ୍ଚଳକୁ ତାଙ୍କର ଚାରି ଦିନିଆ ଗସ୍ତ ସମୟରେ ଶିବସେନା କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଲୋକଙ୍କ କଲ୍ୟାଣ ଉପରେ ନୁହେଁ ବରଂ “ମଇଳା ରାଜନୀତି” ଉପରେ ସିନ୍ଦେ ସରକାରଙ୍କ ଧ୍ୟାନ ରହିଛି । ସିନ୍ଦେ ସରକାର ଉପରେ ଆକ୍ରମଣ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ କହିଛନ୍ତି ଯେ, ମାସେ ଦୁଇ ମାସ ଧରି ରାଜନୈତିକ ନାଟକ ଚାଲିବ । ସରକାର ନିଶ୍ଚିତ ଭାବେ ଭାଂଗିଯିବ । ମହାରାଷ୍ଟ୍ର ବିଶ୍ୱାସଘାତକତାକୁ ବରଦାସ୍ତ କରେ ନାହିଁ ।

jay balangir
Leave A Reply

Your email address will not be published.

20 − five =