pakka

ମର୍ଯ୍ୟାଦାର ସହ ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଏକ ଅସହାୟ ଶବକୁ ମର୍ଯ୍ୟାଦାର ସହ ସତ୍କାର କରାଯାଇଛି । ସୂଚନା ଅନୁସାରେ ଗତ ଜୁଲାଇ ୯ ତାରିଖରେ ବଲାଙ୍ଗିର-ସୋନପୁର ରାସ୍ତାରେ ଅଚେତ ଅବସ୍ଥାରେ ପଡିରହିଥିବା ଏକ ବ୍ୟକ୍ତିଙ୍କୁ ଅନୁଷ୍ଠାନର କର୍ମକର୍ତାମାନେ ଉଦ୍ଧାର କରି ବଲାଙ୍ଗିର ହସ୍ପିଟାଲରେ ରଖି ସେବା ଯୋଗାଇ ଦେଇ ଆସୁଥୁଲେ । କିନ୍ତୁ ୩ ଦିନ ଆଗରୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ପରିବାର ଲୋକ କେହି ନଆସିବାରୁ ଆଜି ଅନୁଷ୍ଠାନ ତରଫରୁ ସ୍ଥାନୀୟ ବିଭୁତିପଡା ସ୍ମଶାନରେ ସତ୍କାର କରାଯାଇଛି । ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, କନ୍ଦର୍ପ ରଣା, ବିଶ୍ୱଜିତ ପଟେଲ, ଶ୍ରୀପତି ପଧାନ, ପ୍ରତୀକ ସାହୁ, ସୁବ୍ରତ ସାହୁ, ରଜତ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

5 × two =