pakka

ସମ୍ପର୍କରେ କଳଙ୍କ : ଜ୍ୱାଇଁଙ୍କ ସହ ଫେରାର ହେଲେ ଶାଶୁ

bbehera

ଚଣ୍ଡିଗଡ : ପଞ୍ଜାବର କାପୁରଥାଲା ଜିଲ୍ଲାର ଏକ ଗାଁରେ ୪୦ ବର୍ଷୀୟା ମହିଳା ତାଙ୍କ ଜ୍ୱାଇଁଙ୍କ ସହ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ମହିଳାଙ୍କ ଝିଅର ବିବାହ ମାତ୍ର ତିନି ମାସ ତଳେ ହୋଇଥିଲା । ୫ ଦିନ ପୂର୍ବେ ଜ୍ୱାଇଁ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିବା ବେଳେ ଶାଶୁଙ୍କ ସହ ଫେରାର ହୋଇ ଯାଇଛନ୍ତି । ଏନେଇ ନବବିବାହିତ ନିଜ ମା’ ଏବଂ ସ୍ୱାମୀଙ୍କ ନାଁରେ ଗୁରୁଦାସପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଯୁବତୀ ୩ ମାସ ତଳେ ଗୁରୁଦାସପୁରର ଜଣେ ଯୁବକଙ୍କୁ ବିବାହ କରିଥିଲେ । ଏହା ପରେ ଯୁବକ ତାଙ୍କ ଶାଶୁଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେ ନିଜ ଶାଶୁଙ୍କୁ ଅନେକ ଥର ବାହାରକୁ ବୁଲାଇବାକୁ ନେଇ ଯାଉଥିଲେ । ପାଞ୍ଚ ଦିନ ପୂର୍ବେ ଯୁବକ ଜଣକ ତାଙ୍କ ଶ୍ୱଶୁର ଘରକୁ ଆସିଥିଲେ । ପାସପୋର୍ଟ ତିଆରି କରିବା ବାହାନାରେ ଶାଶୁଙ୍କ ସହ ଫେରାର ହୋଇଯାଇଥିଲେ । ସମସ୍ତ ସମ୍ପର୍କୀୟ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ସ୍ଥାନ ଖୋଜିବା ପରେ ମଧ୍ୟ ଉଭୟଙ୍କର କୌଣସି ପତ୍ତା ମିଳିପାରି ନାହିଁ । ଉଭୟ ବିଦେଶ ପଳାଇଥିବା ଯୁବତୀ ଅନୁମାନ କରୁଛନ୍ତି । ଫେରାର ଥିବା ମହିଳାଙ୍କ ପାଞ୍ଚଟି ସନ୍ତାନ ଅଛନ୍ତି । ପଳାତକ ଶାଶୁ ଏବଂ ଜ୍ୱାଇଁଙ୍କୁ ଖୋଜା ଚାଲିଛି ବୋଲି ପୋଲିସ କହିଛି ।

jay balangir
Leave A Reply

Your email address will not be published.

1 × 5 =