pakka

ଗୃହିଣୀମାନଙ୍କ ସ୍ୱୟଂ ଆକାଉଣ୍ଟ ପରିବାର ପାଇଁ ବେଶ୍‌ ଉପକାରୀ

bbehera
  • ସୁଶ୍ରୀ ସ୍ନେହଲତା

ଯେକୌଣସି ଗୃହିଣୀଙ୍କ ଏକ ସୟଂ ଆକାଉଣ୍ଟ ରହିଥାଏ, ଯାହା ପରିବାର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୁଏ । କମ୍‌ ବ୍ୟବହୃତ ହେଉଥିବା ରୋଷେଇ ଘରର କୌଣସି ଡବା ଭିତରେ କିମ୍ବା କାହାରି ନଜର୍‌କୁ ଆସୁ ନଥିବା ଆଲମାରୀର କୌଣସି କୋଣକୁ ବ୍ୟବହାର କରି ପ୍ରାୟତଃ ଗୃହିଣୀମାନେ ନିଜ ନିଜ ଆକାଉଣ୍ଟକୁ ସମୃଦ୍ଧ କରିଥାନ୍ତି । ନିହାତି ଆବଶ୍ୟକ ସମୟରେ ଯେତେବେଳେ ପରିବାରର କୌଣସି କାମ ପାଇଁ ଟଙ୍କା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଥାଏ, ସେତେବେଳେ ଏହି ଆକାଉଣ୍ଟ କାମକୁ ଆସିଥାଏ । ଏଣୁ ତ’ ଗୃହିଣୀମାନଙ୍କୁ ପରିବାରର ଅର୍ଥ ସଚିବ ବୋଲି ମଧ୍ୟ ଗ୍ରହଣ କରାଯାଇଥାଏ ।

ଯଦି ଏହି ଆର୍ଥିକ ଯୋଜନାରେ ଟିକିଏ ଶୁଦ୍ଧତା ଓ ସିଦ୍ଧତା ରଖାଯାଏ, ତେବେ ନିଶ୍ଚିତ ଭାବରେ ପରିବାରର ଅଭାବ ସମୟରେ କିମ୍ବା ବଡ଼ ସ୍ୱପ୍ନ ପୂରଣ କରିବା ସମୟରେ ଏହା ବେଶ୍‌ ମହତ୍ୱ ରଖିଥାଏ । ତେବେ ସ୍ୱୟଂ ଆକାଉଣ୍ଟକୁ ସୁସ୍ଥ ସବଳ କରିବା ସହ ଘରର ଆର୍ଥିକ ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ନିମ୍ନ ଟିପ୍ସଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ।

  • ସର୍ବପ୍ରଥମେ ଘରର ସମସ୍ତ ଖର୍ଚ୍ଚର ଟିକିନିକି ତାଲିକା ପ୍ରସ୍ତୁତ କରନ୍ତୁ ।
  • ଗତ କିଛି ମାସର ଖର୍ଚ୍ଚ ମଧ୍ୟ ଲିପିବଦ୍ଧ କରି ରଖିବା ଉଚିତ ।
  • ଖର୍ଚ୍ଚଗୁଡିକ ଅଧ୍ୟୟନ କରନ୍ତୁ ଏବଂ ନିୟମିତ ନିହାତି ଆବଶ୍ୟକ ଖର୍ଚ୍ଚଗୁଡିକ ଟିକ୍‌ କରନ୍ତୁ, ଯାହା ପରିବାର ପାଇଁ ନିହାତି ଆବଶ୍ୟକ ।
  • ଅନାବଶ୍ୟକ ଖର୍ଚ୍ଚ ପ୍ରତି ଧ୍ୟାନ ରଖନ୍ତୁ ଏବଂ ସେଗୁଡିକୁ ଯଥାସମ୍ଭବ ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରନ୍ତୁ ।
  • ଛୋଟ ଛୋଟ ଖର୍ଚ୍ଚ ପ୍ରତି ଧ୍ୟାନ ନଦେଲେ ପରିବାରରେ ବଦ୍‌ଖର୍ଚ୍ଚ ବଢ଼ିଥାଏ ।
Leave A Reply

Your email address will not be published.

8 − four =