pakka

ଦିଲ୍ଲୀର ହୋଟେଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ : ଦିଲ୍ଲୀର ଆର୍ମି ମେଡ଼ିକାଲ କଲେଜରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ଦିଲ୍ଲୀର ଏକ ହୋଟେଲରେ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । କରୋଲବାଗ୍‌ ଥାନା ପୋଲିସ ଦୁଷ୍କର୍ମ ମାମଲା ଦାୟର କରି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ମଧ୍ୟ ଜଣାପଡ଼ିଛି । ତେବେ ଅଭିଯୁକ୍ତ ରଜନୀ ଶର୍ମାକୁ ଜୟପୁରରୁ ପୋଲିସ ଗିରଫ କରିଛି ।

ଦିଲ୍ଲୀ ପୋଲିସ ଅଧିକାରୀଙ୍କ ଅନୁସାରେ ଗତ ୧୧ ତାରିଖ ଦିନ ଥାନାରେ ଏହି ଅଭିଯୋଗ ହୋଇଛି । ଅଭିଯୋଗକାରିଣୀ ମହିଳା ଡାକ୍ତର ଥାନାରେ ଅଭିଯୋଗ କରିଛନ୍ତି ଯେ, ବିବାହ ବାହାନାରେ ଏକ ହୋଟେଲରେ ତାଙ୍କୁ ଦୁଷ୍କର୍ମ କରାଯାଇଛି । ପୋଲିସ ତୁରନ୍ତ ମାମଲା ଦର୍ଜ କରି ଧାରା ୩୭୬ ଆଇପିସି ଆଧାରରେ ତଦନ୍ତ ଆରମ୍ଭ କରିଥିଲା ।

Leave A Reply

Your email address will not be published.

13 + 17 =