ନୂଆ ଚିକିତ୍ସା ପ୍ରଣାଳୀର ସଫଳତା : ପ୍ରଥମ ଥର ପାଇଁ ଜଣେ ଏଚ୍‌ଆଇଭି ସଂକ୍ରମିତ ମହିଳା ସମ୍ପୂର୍ଣ୍ଣ ସୁସ୍ଥ ହେଲେ

ୱାସିଙ୍ଗଟନ୍‌ : ଏଚ୍‌ଆଇଭି ଏଡ୍‌ସ୍‌ ଅତ୍ୟନ୍ତ ଭୟଙ୍କର ସଂକ୍ରାମକ ଓ ମାରାତ୍ମକ ରୋଗ, ଯାହା ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍‌ସି ଭାଇରସ୍‌ ସଂକ୍ରମଣ କାରଣରୁ ହୋଇଥାଏ । ଆଜି ପର୍ଯ୍ୟନ୍ତ ଏହି ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ଅସମ୍ଭବ ବୋଲି ବିଶ୍ୱାସ କରାଯାଉଛି । କିନ୍ତୁ ଏଥିରେ ବ୍ୟତିକ୍ରମ ସୃଷ୍ଟି କରିଛନ୍ତି ବୈଜ୍ଞାନିକମାନେ । ନୂଆ ଚିକିତ୍ସା ପ୍ରଣାଳୀ ଦ୍ୱାରା ଆମେରିକାର ବୈଜ୍ଞାନିକମାନେ ଜଣେ ଏଚ୍‌ଆଇଭି ସଂକ୍ରମିତ ମହିଳାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରାଇ ପାରିଛନ୍ତି । ପ୍ରଥମ ଥର ପାଇଁ ଆମେରିକାର ଜଣେ ଏଚ୍‌ଆଇଭି ସଂକ୍ରମିତ ମହିଳା ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ଏହି ମହିଳାଙ୍କୁ ମିଶାଇ ମାତ୍ର ତିନିଜଣ ଏଚ୍‌ଆଇଭି ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.

fifteen + 8 =