୯୩ ବର୍ଷର ବୃଦ୍ଧ ଦେଲେ ଭୋଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଳକ୍ ଅନ୍ତର୍ଗତ ନିମଖଣ୍ଡି ପଞ୍ଚାୟତରେ ଭୋଟଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ସମାହିତ ହୋଇଯାଇଛି । ନିମଖଣ୍ଡି ଗ୍ରାମପଞ୍ଚାୟତର ନିମଖଣ୍ଡି ଗ୍ରାମରେ ୧୯୪୭ ମସିହାରେ ସ୍ଥାପିତ ଶ୍ରୀକୃଷ୍ଣଚନ୍ଦ୍ର ସାହୁ ହାଇସ୍କୁଲର ୪ନମ୍ବର ବୁଥ୍‌ରେ ଆଜି ସକାଳେ ଲଡୁ କିଶୋର ଶତପଥୀ (୯୩ ବର୍ଷର ବୃଦ୍ଧ) ବୁଥ୍‌କୁ ଆସି ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିବା ପୂର୍ବକ ନିଜସ୍ୱ ମତଦାନ ଅବା ନିଜର ମୂଲ୍ୟବାନ ଭୋଟ ଦେଇଛନ୍ତି । ଏହି ଶତାୟୁ ବୟସ୍କ ବୃଦ୍ଧ ଭୋଟଗ୍ରହଣ କେନ୍ଦ୍ରକୁ ଆସି ନିଜର ସାମ୍ବିଧାନିକ ପ୍ରକ୍ରିୟା ବଜାୟ ରଖିବା ପୂର୍ବକ ଭୋଟ ଦେଇଥିବା ହେତୁ ବିଭିନ୍ନ ମହଲରେ ଯେତିକି ଚର୍ଚ୍ଚା ସେତିକି ନିଆରା ଦୃଶ୍ୟ ହୋଇଛି ।

Leave A Reply

Your email address will not be published.

six + twenty =