pakka

କରୋନାରେ ଆକ୍ରାନ୍ତ ହେଲେ କଙ୍ଗନା

kalikesh

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱାତ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ କରି କଙ୍ଗନା ଏହା ସୂଚନା ଦେଇଛନ୍ତି । ନିଜର ଟେଷ୍ଟ ରିପୋର୍ଟ ଇନଷ୍ଟାଗ୍ରାମରେ ସାର୍ବଜନୀନ କରି ପଜିଟିଭ ହୋଇଛନ୍ତି ବୋଲି କଙ୍ଗନା କହିଛନ୍ତି । ତାଙ୍କୁ କିଛି ଦିନ ହେଲା ଦୁର୍ବଳତା ଅନୁଭବ ହେବା ସହ ଆଖି ସାମାନ୍ୟ ପୋଡୁଥିଲା । ତେଣୁ ସେ କୋଭିଡ୍‌ ପରୀକ୍ଷା କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ସେ କ୍ଵାରେଣ୍ଟିନରେ ଅଛନ୍ତି । ଖୁବ ଶୀଘ୍ର ଏହି ଭୂତାଣୁକୁ ମୁଁ ଶେଷ କରିଦେବି ବୋଲି କଙ୍ଗନା ଇନଷ୍ଟାଗ୍ରାମରେ ଲେଖିଛନ୍ତି ।

https://www.instagram.com/p/COmVsjTBQ9e/?igshid=11ydlhv8anv71

pp
Leave A Reply

Your email address will not be published.

5 × one =