ଆଜିଠୁ ଟି୨୦ ବିଶ୍ୱକପ୍‌ ପ୍ରଥମ ରାଉଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଫେଭ୍‌ରିଟ

ବ୍ରିସବେନ୍‌ : ୱେଷ୍ଟଇଣ୍ଡିଜ୍‌ ଦୁଇଥର ଟି୨୦ ବିଶ୍ୱକପ ଜିତି ସାରିଥିବା ବେଳେ ୨୦୧୪ ଚାମ୍ପିୟନ୍‌ ଶ୍ରୀଲଙ୍କା ୩ ଥର ଫାଇନାଲରେ ପ୍ରବେଶ କରିଛି । ତେବେ ବିଗତ ଦିନରେ ଦୁଇ ଦଳର ପ୍ରଦର୍ଶନ ସାମାନ୍ୟ ଖରାପ ରହିଥିବା କାରଣରୁ ଏଥର ବିଶ୍ୱକପ୍‌ ମୁଖ୍ୟ ରାଉଣ୍ଡ ପୂର୍ବରୁ ଉଭୟ ଦଳକୁ ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ ।

ବିଶ୍ୱକପ୍‌ର ପ୍ରଥମ ରାଉଣ୍ଡ ମୁକାବିଲା ରବିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ମୁ୍‌ଖ୍ୟ ରାଉଣ୍ଡ(ସୁପର-୧୨)ରେ ସାମିଲ ହେବା ପାଇଁ ଏହି ଦୁଇ ଦଳ ଫେଭରିଟ୍‌ ରହିଛନ୍ତି । ଏସିଆ କପ ବିଜୟୀ ହୋଇ ଫେରିଥିବା ଶ୍ରୀଲଙ୍କା ରବିବାର ଏହାର ପ୍ରଥମ ମ୍ୟାଚ ନାମ୍ବିଆ ବିପକ୍ଷରେ ଖେଳିବ । ଗିଲଙ୍ଗର କାର୍ଡିନିଆ ପାର୍କରେ ରବିବାର ହେବାକୁ ଥିବା ମ୍ୟାଚରେ ଶ୍ରୀଲଙ୍କାର ପଲା ଭାରି ରହିବ । ଅନ୍ୟପକ୍ଷରେ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ୱେଷ୍ଟଇଣ୍ଡିଜ ଦଳର ନେତୃତ୍ୱ ନେବେ ନିକୋଲାସ୍‌ ପୁରନ୍‌ । ବ୍ରିସବେନର ହୋବାର୍ଟରେ ଦଳ ସ୍କଟଲାଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ । ଦଳ ବର୍ତ୍ତମାନ ଭଲ ସ୍ଥିତିରେ ରହିଛି । ସମସ୍ତ ଖେଳାଳି ସକାରାତ୍ମକ ମନୋଭାବରେ ରହିଛନ୍ତି ଓ ଟୁର୍ଣ୍ଣାମେଣ୍ଟରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଅଧିନାୟକ କହିଛନ୍ତି ।

Leave A Reply

Your email address will not be published.