ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ- ଷଷ୍ଠ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦ୍ୟ ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସରେ ୩ଟି ସେମି ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ବାଳକ ବିଭାଗରେ ଟିଟିଲାଗଡ, ବଙ୍ଗୋମୁଣ୍ଡା ଓ ବଲାଙ୍ଗିର, ଖପ୍ରାଖୋଲ ଓ ବାଳିକା ବିଭାଗରେ ଟିଟିଲଗଡ ଓ ମୁରିବାହଲ ବ୍ଲକ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ବଙ୍ଗୋମୁଣ୍ଡା ଟାଇ ବ୍ରେକର ସାହାଯ୍ୟରେ ୪-୨ ଗୋଲରେ ଟିଟିଲାଗଡ ପରାଜିତ କରିଥିଲେ । ବଲାଙ୍ଗିର ଖପ୍ରାଖୋଲକୁ ୨-୦ ଗୋଲରେ ପରାଜିତ କରିଥିଲେ । ଦଳ ତରଫରୁ ଜର୍ସି ନଂ- ୪, ଶିକ୍ଷ୍ୟାଧର ଓରାମ, ଜର୍ସି ନଂ- ୧୧ ପ୍ରବୀଣ ଲାକ୍ରା ଗୋଟିଏ ଲେଖାଏଁ ଗୋଲ କରିଥିଲେ । ସେହିପରି ବାଳିକା ବିଭାଗରେ ମୁରିବାହଲ ଟିଟିଲାଗଡକୁ ୧-୦ ଗୋଲରେ ପରାଜିତ କରିଥିଲେ । ଦଳ ତରଫରୁ ଜର୍ସି ନଂ- ୮ ସସ୍ମିତ ମହାକୁର ଗୋଟିଏ ଗୋଲ କରିଥିଲେ ।

ଆଜିର ଖେଳରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢେଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କେଶବ ମେହେର, ଶାରୀରିକ ଶିକ୍ଷା ନିରୀକ୍ଷକ, ଅନ୍ତର୍ଯ୍ୟାମି ବିଶ୍ଵାଳ ଓ ପୂର୍ବତନ ଶାରୀରିକ ଶିକ୍ଷା ଶିକ୍ଷକ ସୁନୀଲ ବିଶ୍ଵାଳ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଭିନ୍ନ ବିଦ୍ୟାଳୟକୁ ଫୁଟବଲ ବଣ୍ଟନ କରାଯାଇଥିଲା । ଆଜିର ଖେଳକୁ ସୁଶାନ୍ତ ନାଗ, ରାଜେନ୍ଦ୍ର ଧାରୁଆ, ଉପେନ୍ଦ୍ର ଚନ୍ଦନ, ଶୁଖିରାଜ ବିଶ୍ଵାଳ, ମୋହନ ପ୍ରଧାନୀ, ବୈକୁଣ୍ଠ ଜେନା, ସୁଦର୍ଶନ ସେଠ, ରାଜେନ୍ଦ୍ର ସେଠ, ସସ୍ମିତ ରାନୀ ମିଶ୍ର, ଦୋଳଗୋବିନ୍ଦ ମୁଣ୍ଡା, ବିଜୟ କୁମାର ଖମାରି ଓ ରାଜେଶ ସ୍ଵାଇଁ ପରିଚାଳନା କରିଥିଲେ । ନରସିଂହ ସ୍ଵାମୀ ନାଇଡୁ ମୁଖ୍ୟ ଖେଳ ପରିଚାଳକ ଦାୟିତ୍ଵ ତୁଲାଇଥିଲେ ।

ଆସନ୍ତାକାଲି ଉଭୟ ବାଳକ ଓ ବାଳିକା ବିଭାଗର ଫାଇନାଲ ମ୍ୟାଚ ଖେଳାଯିବ । ବାଳକ ବିଭାଗରେ ବଲାଙ୍ଗିର ଓ ବଙ୍ଗୋମୁଣ୍ଡା ଓ ବାଳିକା ବିଭାଗରେ ସଇଁତଳା ଓ ମୁରିବାହଲ ବ୍ଲକ ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

five × 3 =