ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଜାଭା ଦ୍ୱୀପପୁଞ୍ଜରେ ହୋଇଥିବା ଭୂମିକମ୍ପରେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅତି କମରେ ୩୦୦ ଜଣ ଆହତ ହୋଇଥିବା ଖବର ନ୍ୟୁଜ୍‌ ଏଜେନ୍ସି ଏଏଫ୍‌ପି ପକ୍ଷରୁ ଜଣାପଡ଼ିଛି । ଏହି ଭୂମିକମ୍ପର ତୀବ୍ରତା ୫.୬ ମ୍ୟାଗ୍ନିଚ୍ୟୁଡ ଥିବାର ଜଣାପଡ଼ିଛି । ଭୂମିକମ୍ପରେ ଘର ଭାଙ୍ଗିଯିବାରୁ ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି । ଇଣ୍ଡୋନେସିଆର ପାଣିପାଗ ବିଭାଗ, ଜଳବାୟୁ ଏବଂ ଜିଓଫିଜିକ୍ସ ଏଜେନ୍ସି କହିଛି ​​ଯେ, ଏହି ଭୂକମ୍ପ ୫.୬ ମ୍ୟାଗ୍ନିଚ୍ୟୁଡର ଥିଲା ଏବଂ ଜାକର୍ତ୍ତା ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ସିଆନଜୁର ନିକଟରେ ଏହାର କେନ୍ଦ୍ରସ୍ଥଳ ଥିଲା ।

Leave A Reply

Your email address will not be published.

five × two =