କୋରେଇ ଟ୍ରେନ୍‌ ଦୁର୍ଘଟଣାରେ ଦୋଷୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ : ରାତି ୧୦ ସୁଦ୍ଧା ସ୍ଵାଭାବିକ ହେବ ରେଳ ଚଳାଚଳ

ଯାଜପୁର : ଯାଜପୁର କୋରେଇ ଟ୍ରେନ୍‌ ଦୁର୍ଘଟଣାରେ ଦୋଷୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ରାତି ୧୦ ସୁଦ୍ଧା ସ୍ଵାଭାବିକ ହୋଇପାରେ ରେଳ ଚଳାଚଳ । ୱାଗନ ଡୋର ହିଁ ଦୁର୍ଘଟଣାର କାରଣ ହୋଇଥାଇ ପରେ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥର ଜେନେରାଲ୍‌ ମ୍ୟାନେଜର ଆର୍‌ଏମ୍‌ ସୁନଙ୍କର । ଅନ୍ୟପଟେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ପୂର୍ବତନ ରେଲୱେ ଜିଏମଙ୍କ ସହ ରେଲୱେ ସେଫ୍ଟି କମିଶନର । ଖୁବଶୀଘ୍ର ରେଳଚଳାଚଳ ସ୍ୱାଭାବିକ ହେବ ବୋଲି କହିଛନ୍ତି ଜିଏମ୍‌ । ତେବେ ତଦନ୍ତ ରିପୋର୍ଟ ଆସିଲେ ଦୃଢ କାର୍ଯ୍ରାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ଗୋଟିଏ ଡବାର କବାଟ ଯୋଗୁ ଦୁର୍ଘଟଣାକୁ ଆଂଶିକ ସ୍ୱୀକାର କରିଛନ୍ତି ଜିଏମ । ଏହା ଏକ କାରଣ ହୋଇଥାଇପାରେ । କିନ୍ତୁ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ । ଅନ୍ୟପଟେ ରେଲୱେ ସେଫ୍ଟି କମିଶନର ମଧ୍ୟ ନିଜ ଆଡୁ ତଦନ୍ତ ଆରମ୍ଭ କରିଛନ୍ତି । ଗ୍ରାଉଣ୍ଡରେ ବୁଲି ସେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.

5 × three =