ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୫ ଦୋକାନ

ଭୁବନେଶ୍ୱର : ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ସୂଚନା ମୁତାବାକ, ଭୁବନେଶ୍ୱର ଶୈଳଶ୍ରୀ ବିହାର ଫେଜ-୨ ଛକ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ଦୋକାନା ଉପରେ ଦେଇ ଯାଇଥିବା ୧୧ କେଭି ତାର ଉପରେ କାଉ ବସିଯିବାରୁ ୨ଟି ତାର ଲାଗି ଯାଇଥିଲା, ଫଳରେ ସ୍ପାର୍କ ହୋଇ ନିଆଁ ଝାସ ଦୋକାନ ଜରି ପାଲ ଉପରେ ପଡିଯାଇଥିଲା । ସେହି ସ୍ପାର୍କ ନିଆଁରୁ ଦେଖୁ ଦେଖୁ ଗଦି ଦୋକାନ, ଟେଣ୍ଟ ହାଉସ ଦୋକାନ, ସେଲୁନ, ପାନ ଦୋକାନ ନିଆଁ ବ୍ୟାପି ଯାଇଥିଲା । ଏହି ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ସମ୍ପତ୍ତ ଜଳିପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି । ପାଖରେ ଥିବା ଏକ ସାଇକେଲ ଦୋକାନ ବି କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ।

Leave A Reply

Your email address will not be published.

one + 7 =