pakka

ପହାଡଗଞ୍ଜ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ପହାଡଗଞ୍ଜରେ ଥିବା ରୋମା ଡିଲକ୍ସ ହୋଟେଲରେ ଗୁରୁବାର ସକାଳ ପ୍ରାୟ ୪ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହାର ଦ୍ୱିତୀୟ ମହଲାରେ ଥିବା ଏକ କୋଠରିରେ ନିଆଁ ଲାଗିଯାଇଛି । ଖବରପାଇ ଦମକଳ ବାହିନୀର ୪ଟି ଗାଡି ନିଆଁ ଲିଭାଇବାକୁ ପହଞ୍ଚିଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା କୁହାଯାଉଛି । ଦମକଳବାହିନୀ ହୋଟେଲର ଦ୍ୱିତୀୟ ଓ ତୃତୀୟ ମହଲାରୁ ୧୦ ଜଣଙ୍କୁ ଉଦ୍ଧାର କରିଛନ୍ତି । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.

five × 4 =