pakka

ବହୁଚର୍ଚ୍ଚିତ ଧୁମାମରା ଜମି ଦୁର୍ନୀତି ମାମଲାରେ ଅଭିଯୁକ୍ତ ଟିମନ୍‌ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁଚର୍ଚ୍ଚିତ ସ୍ଥାନୀୟ ଧୁମାମରା ଜମି ଦୁର୍ନୀତି ମାମଲାରେ ବଲାଙ୍ଗିର ସଦର ପୋଲିସ ଷଷ୍ଠ ଅଭିଯୁକ୍ତକୁ ଆଜି ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । କେସ୍‌ ନଂ.୨୪୯/୨୨, ଦଫା ୪୬୮/୪୭୧/୪୨୦/୧୨୦(ବି)/୩୪ ଆଇପିଏସ୍‌ ଆଧାରରେ ପୂର୍ବରୁ ଏକାଧିକ ଥର ଜମି ଦୁର୍ନୀତି ମାମଲାରେ ଜେଲ୍‌ ଯାଇଥିବା ଲର୍କିପାଲିର ଅଭିଯୁକ୍ତ ଟିମନ୍‌ ଓରଫ୍‌ ଶ୍ରୀକାନ୍ତ କୁମ୍ଭାରଙ୍କୁ ଆଜି ଗିରଫ୍‌ କରାଯାଇଛି । ସୂଚନାଯୋଗ୍ୟ ଯେ, ଜଣେ ମୃତକଙ୍କ ଜମି ହଡ଼ପ ଘଟଣା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି । ଏହି ମାମଲାରେ ସଂପୃକ୍ତ ନକଲି ଜମି ବିକ୍ରେତା, ଜମି ମାଫିଆ ତଥା ଜମି କିଣାର ଜଣେ ସାକ୍ଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ପୋଲିସ ଗିରଫ୍‌ କରିଥିବା ବେଳେ ତହସିଲ୍‌ କାର୍ଯ୍ୟାଳୟର ରେକର୍ଡ କିପର୍‌ ଓ ତତ୍‌କାଳୀନ ସବ୍‌ରେଜିଷ୍ଟାର୍‌ ଅଫିସ୍‌ର ଜଣେ କିରାଣୀଙ୍କୁ ପରବର୍ତ୍ତୀ ସମୟରେ ଗିରଫ୍‌ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଏହି ମାମଲାରେ ସଂପୃକ୍ତ ଥିବା ଦର୍ଶାଇ ଆଜି ଅଭିଯୁକ୍ତ ଟିମନ୍‌ଙ୍କୁ ଗିରଫ୍‌ କରାଯାଇଥିବା ସୂଚନାରେ କୁହାଯାଇଛି । ଏହି ଘଟଣାରେ ୯ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତମାନ ତହସିଲଦାର୍‌ ମଘବାନ ବାଗ ଏପର୍ଯ୍ୟନ୍ତ ଗିରଫ୍‌ ହୋଇନଥିବା ଯୋଗୁଁ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.

19 + 1 =