pakka

ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେଳ ଷ୍ଟେସନ ନିକଟସ୍ଥ ହରି ଭବନଠାରେ ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସାଧାରଣ ସଂପାଦକ ପ୍ରଦୀପ କୁମାର ସାହୁ, ନଗର ସଭାପତି ରେବତୀକାନ୍ତ ସାହୁ ମଂଚାସୀନ ଥିବା ବେଳେ ମଂଚ ପରିଚାଳନା କରିଥିଲେ ପ୍ରସନ୍ନ ସାହୁ । ଏହି ଅବସରରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜାନକୀ ସାହୁ, ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବରକାନୀ ଗ୍ରାମ ପଞ୍ଚାୟତ ସରପଞ୍ଚ ବଳଦେବ ସାହୁ, ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ କିରଣ ସାହୁ, ତୁଷୁରା ଏନ୍‌ଏସି କାଉନ୍‌ସିଲର୍‌ ଶ୍ରୀମତୀ ସୁଷମା ସାହୁ, ଲରମ୍ଭା ସମିତି ସଭ୍ୟ ପ୍ରବୋଧ କୁମାର ସାହୁ, ଖୁଜେନପାଲି ସମିତି ସଭ୍ୟା ଶ୍ରୀମତୀ ସୁର୍ଯ୍ୟକାନ୍ତୀ ସାହୁ, ସାଲେପାଲି ସମିତି ସଭ୍ୟା ଶ୍ରୀମତୀ ଗାୟତ୍ରୀ ସାହୁ, ବାଦୀମୁଣ୍ଡା ସମିତି ସଭ୍ୟା ଶ୍ରୀମତୀ ସୁକାନ୍ତୀ ସାହୁଙ୍କ ସମେତ ସ୍ୱର୍ଗତ ରଣଜିତ ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ଅଂଜନା ସାହୁ ଏବଂ ବଲାଙ୍ଗିର ହାଉସିଂ ବୋର୍ଡ ଉପସଭାପତି କଲ୍ୟାଣୀ ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କଂସ ଭୂମିକାରେ ଅଭିନୟ କରି ସାରା ଓଡ଼ିଶାରେ ବିଶେଷ ସୁନାମ ଅର୍ଜନ କରିଥିବା ବିଶିଷ୍ଟ କଳାକାର ରବିନ୍ଦ୍ର କୁମାର ସାହୁ ଏହି ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସମାରୋହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଦିଲୀପ କୁମାର ସାହୁ । ଏହି ସଭାରୋହ ଆୟୋଜନରେ ମହେନ୍ଦ୍ର କୁମାର ସାହୁ, ଫକୀର ସାହୁ, କୃଷ୍ଣ ବିହାରୀ ସାହୁ, ଧୃବ ସାହୁ, ପ୍ରମୋଦ ସାହୁ, ସୁଦାମ ସାହୁ, ଆନନ୍ଦ ସାହୁ, ଅନୁପ କୁମାର ସାହୁ, ଫିରୋଜ କୁମାର ସାହୁ, ଅଙ୍ଗିରା ସାହୁ, ସୌକିଲାଲ ସାହୁ, ପାଟଣାଗଡ଼ ବ୍ଲକ ସଭାପତି ରାଜକିଶୋର ସାହୁ, ଆଗଲପୁର ବ୍ଲକ ସଭାପତି ନିରଂଜନ ସାହୁ, ଗୌରୀ ସାହୁ, ସବିତା ସାହୁ, ମହେଶ୍ୱତା ସାହୁ, ସ୍ୱିଟି ସାହୁ ତଥା ଅନ୍ୟ ସମାଜର ସଦସ୍ୟମାନେ ବିଶେଷ ସହଯୋଗ ପ୍ରଦାନ କରିଥିଲେ ।

pp
Leave A Reply

Your email address will not be published.

five × 5 =