pakka

ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବୀ ନେଇ ସ୍କୁଲ ସମ୍ମୁଖରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଧ ଗ୍ରାମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ଚାରିଜଣ ଶିକ୍ଷକ କେମିତି ପାଠ ପଢାଇବେ ବୋଲି ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି । ପୁଣି କୁହାଯାଇଛି ଯେ, ପିଲାଙ୍କ ଭବିଷ୍ୟତ କଣ ହେବ ? ସରକାର ମାଳ ମାଳ ଯୋଜନା କରୁଥିବା ବେଳେ କେଉଁଠି ଶିକ୍ଷକ ନାହାନ୍ତି ତ କେଉଁ ସ୍କୁଲରେ ପାଚେରି ନାହିଁ । ଅନ୍ୟପକ୍ଷରେ ପଦ୍ମପୁର ବିଇଓଙ୍କୁ ଗୁହାରୀ କରିବା ପରେ କୌଣସି ଶିକ୍ଷକଙ୍କୁ ଏହି ବିଦ୍ୟାଳୟରେ ଦେଲେ, ସେମାନେ ଦୁଇ ତିନି ଦିନ ଆସିବା ପରେ କାହିଁକି ଅନ୍ୟତ୍ର ସ୍କୁଲ ବଦଲି କରାଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ତେବେ ତୁରନ୍ତ ସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଁ ଛାତ୍ରଛାତ୍ରୀ, ଗ୍ରାମବାସୀ ସମସ୍ତେ ଏକତ୍ର ହୋଇ ସ୍କୁଲ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିଛନ୍ତି ।

Leave A Reply

Your email address will not be published.

two × 4 =