ଲୁଟେରାମାନେ ଝାମ୍ପିନେଲେ ମହିଳାଙ୍କ କାନଫୁଲ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଥମୁନି ଲୁଟ୍‌ ଘଟଣା । ଦିନକୁ ଦିନ ବଢିବାରେ ଲାଗିଛି । ପୁଣି ଲୁଟିଲେ ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଚଂଳର କୈଳାସ ବିହାରରେ ଜଣେ ମହିଳାଙ୍କ କାନରୁ କାନଫୁଲ । ସୂଚନା ଅନୁସାରେ ମହିଳା ଜଣକ ସକାଳ ସମୟରେ ଫୁଲ ତୋଲିବା ପାଇଁ ଯାଇ ପଡେ଼ାଶୀ ଘର ପାଖରେ ଠିଆ ହୋଇଥିବା ବେଳେ ଏକ ବାଇକ୍‌ରେ ଦୁଇ ଜଣ ଯୁବକ ଆସି ତାଙ୍କ କାନଫୁଲ ଝାମ୍ପି ନେଇଥିଲେ । ତେବେ ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣକ ଶାନ୍ତିଲତା ବେହେରା(୭୦) ବୋଲି ଜଣା ପଡିଛି ।

Leave A Reply

Your email address will not be published.