ସାବାସ୍‌ ପୁଲିସ୍‌ ବାବୁ

ବରଗଡ଼, (କେପିଏନ୍‌ଏସ୍‌) : ସମାଜରେ କିଛି ସ୍ୱାର୍ଥଲୋଭି ପୁଲିସ୍‌ ଅଧିକାରୀ ତଥା କର୍ମଚାରୀମାନଙ୍କ ପାଇଁ ଗୁଡ଼ାଏ କଟାକ୍ଷ ଶୁଣିବାକୁ ମିଳେ । କିନ୍ତୁ ଏମିତି ବି କିଛି ପୁଲିସ୍‌ ଅଧିକାରୀ ଅଛନ୍ତି, ସେମାନଙ୍କ ପ୍ରତି ସ୍ୱତଃ ମୁହଁରୁ ଫୁଟିଉଠେ ‘ସାବାସ୍‌ ପୁଲିସ୍‌ ବାବୁ’ । ସେଭଳି ଜଣେ ଥାନା ଅଧିକାରୀଙ୍କୁ ଜାଣିବା ଆସନ୍ତୁ । ବରଗଡ଼ ଟାଉନ୍‌ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ସଦାନନ୍ଦ ପୂଜାହାରୀ ୩ ଜଣ ଛାତ୍ରଛାତ୍ରୀଙ୍କୁ +୨ରେ ନାମ ଲେଖାଇବା ପାଇଁ ଆର୍ଥିକ ସହଯୋଗ ପ୍ରଦାନ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି । ସୂଚନା ଅନୁସାରେ ଝାରବନ୍ଧ ଓ ପାଇକମାଲ ବ୍ଲକର ଛାତ୍ରଛାତ୍ରୀ ଅର୍ଥାଭାବ ଯୋଗୁଁ +୨ରେ ନାମରେ ଲେଖାଇ ପାରୁନଥିବା ବେଳେ ଶ୍ରୀ ପୂଜାହାରୀ ସହଯୋଗର ହାତ ବଢ଼ାଇଛନ୍ତି ଏବଂ ନିଜର ମହାନତାର ପ୍ରମାଣ ଦେଇଛନ୍ତି । ବରଗଡ଼ ସହରରେ ବୁଦ୍ଧିଜୀବୀମାନେ କହୁଛନ୍ତି ଏବେ ‘ସାବାସ୍‌ ପୁଲିସ୍‌ ବାବୁ’ ।

Leave A Reply

Your email address will not be published.